ଗଜପତି ଜିଲ୍ଲା ଶାଖା ଉତ୍କଳ ସମ୍ମିଳନୀର କର୍ମକର୍ତ୍ତା ନିର୍ବାଚନ


ପାରଳାଖେମୁଣ୍ଡି:’୨୮/୭(ଗରୁଡ ଧ୍ଵଜ ଚୌଧୁରୀ) ସ୍ଥାନୀୟ ବସନ୍ତ ବିହାର ଠାରେ ଗଜପତି ଜିଲ୍ଲା ଶାଖା ଉତ୍କଳ ସମ୍ମିଳନୀର ଏକ ପ୍ରସ୍ତୁତି ବୈଠକ ଉପାନ୍ତ ପ୍ରହରୀ ପୂର୍ଣଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇସାରିଛି । ଏହି ବୈଠକରେ ଚଳିତ ବର୍ଷ ପାଇଁ ଉତ୍କଳ ସମ୍ମିଳନୀ ଗଜପତି ଜିଲ୍ଲା ପାଇଁ କର୍ମକର୍ତ୍ତା ନିର୍ବାଚନ ମଧ୍ୟ ଅନୁଷ୍ଠିତ ହୋଇଥିଲା. ନବ ନିର୍ବାଚିତ ଏହି କମିଟିରେ ଉପଦେଷ୍ଟା ଭାବେ ପୂର୍ଣଚନ୍ଦ୍ର ମହାପାତ୍ର, ଅନାଦି ପାଣିଗ୍ରାହୀ ଏବଂ ରାଜେଶ ପାତ୍ର, ସଭପତି ଭାରତ ଭୂଷଣ ମହାନ୍ତି ଉପ ସଭାପତି ଆଶାଲତା ପାଣିଗ୍ରାହୀ ଏବଂ ଗୌରହରି କରସୁଧା ପଟ୍ଟନାୟକ ସମ୍ପାଦକ ଆଚାର୍ଯ୍ୟ ଵିନୋଦ ଚନ୍ଦ୍ର ଜେନା, ଯୁଗ୍ମ ସମ୍ପାଦକ ବିଚିତ୍ରାନନ୍ଦ ବେବର୍ତ୍ତା, ସଂଗଠନ ସମ୍ପାଦକ ଶ୍ୟାମସୁନ୍ଦର ଗନ୍ତାୟତ, କୋଷାଧ୍ୟକ୍ଷ ପ୍ରମୋଦ ଚନ୍ଦ୍ର ପାଢୀଙ୍କ ସହ ୧୫ ଜଣ କାର୍ଯ୍ୟକାରୀ କମିଟିର ସଦସ୍ୟ ଭାବେ ଏବଂ ୧୦ ଜଣ ରାଜ୍ୟ ସ୍ତରୀୟ ପରିଷଦ ସଦସ୍ୟ ଭାବେ ମନୋନୀତ ହୋଇଛନ୍ତି।ଆଜିର ଏହି ବୈଠକରେ ଗଜପତି ଜିଲ୍ଲାର ସୀମାନ୍ତ ଅଞ୍ଚଳ ରାୟଗଡ଼ ବ୍ଲକ୍ ଅଧିନସ୍ତ ଗଙ୍ଗାବାଡ ପଂଚାୟତ ମାଣିକ ପାଟଣା, ଗୁଡୁଖୁଡ଼ି ଅଞ୍ଚଳର ଲୋକଙ୍କ ଦୈନଦିନ ଜୀବନର ଆନ୍ଧ୍ର ପ୍ରଦେଶ ସରକାରଙ୍କ ପ୍ରଭାବ ଯେପରି ନପଡ଼େ ସେଇ ସମ୍ପର୍କରେ ଆଲୋଚନା କରାଯାଇଥିଲା।ଶେଷରେ ତ୍ରିପତି ପ୍ରସାଦ ପଣ୍ଡା ଧନ୍ୟବାଦ ପ୍ରଦାନ କରିଥିଲେ।

ଗଜପତି ଜିଲ୍ଲାରୁ ହରିୟାଣାକୁ ଗଞ୍ଜେଇ ନେଇ ବିକ୍ରି କରିଥିବା ଅଭିଯୋଗରେ ଅଭିଯୁକ୍ତକୁ ଉଠାଇ ନେଲା ହରିୟାଣା ପୁଲିସ ପାରଳାଖେମୁଣ୍ଡି:୨୮/୭(ଗରୁଡ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲା ମୋହନା ଥାନା ପୁଇପଡ ଗାଁରୁ ଜଣେ ଗଞ୍ଜେଇ ଅଭିଯୁକ୍ତକୁ ହରିୟାଣା ପୁଲିସ ଗିରଫ କରିନେଇଛି । ଗଞ୍ଜେଇ ଅଭିଯୁକ୍ତ ଜଣକ ସେହି ଗାଁର ସୁବିତ୍ କୁମାର ନାୟକ(୪୨) । ଗିରଫ ପରେ ମୋହ‌ନା କୋର୍ଟରେ ହାଜର କରି ପୋଲିସ ହରିଆଣା ନେଇଯାଇଛି । ଗତ ୨୩ ତାରିଖ ଦିନ ହରିଆଣାର ଜିନ ଗାଁରୁ ୨୪ କିଲୋ ଗଞ୍ଜେଇ ଜବତ ସହ ହରିୟାଣାର ବର୍ଥା ଗାଁର ରିତିକ କୁମାର (୨୩)କୁ ପୋଲିସ ଗିରଫ କରିଥିଲା । ଉକ୍ତ ଗଞ୍ଜେଇର ମୂଲ୍ୟ ତିନି ଲକ୍ଷ ଟଙ୍କା । ତଦନ୍ତ ପରେ ଗିରଫ ରିତିକର ସୂଚନା ଆଧାରରେ ହରିୟାଣା ପୁଲିସର ୪ ଜଣିଆ ଟିମ ମୋହନାରେ ପହଞ୍ଚୁଥୁଲେ । ମୋହନା ଥାନା ପୁଲିସ ସହାୟତାରେ ପୁଇପଡ ଗାଁରେ ପହଞ୍ଚୁ ସୁବିତ୍‌କୁ ଗିରଫ ହରିଆଣା ପୁଲିସ କରିଛି । ସୁବିତ୍ ଗଞ୍ଜେଇ ନେଇ ଛତ୍ରପୁର ରେଳ ଷ୍ଟେସନକୁ ଯାଇଥିଲା । ସେଠାରୁ ରିତିକ ଗଞ୍ଜେଇ ନେଇ ହରିଆଣା ଯାଇଥିଲା ବୋଲି ହରିୟାଣା ପୁଲିସ ଏସଆଇ ବିନୋଦ କୁମାର କହିଛନ୍ତି । ଏହି ଚଢ଼ାଉରେ ହରିୟାଣା ପୁଲିସ ଏଏସଆଇ ଉପକାର ଓ ତାଙ୍କ ଟିମ୍ ସାମିଲ ଥିଲେ ।