Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କିଏ ହେବେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ? ଜାରି ରହିଛି ଦ୍ୱନ୍ଦ୍ୱ, ମଲ୍ଲିକାର୍ଜୁନ ଖଡଗେଙ୍କ ଘରେ ପହଁଞ୍ଚିଛନ୍ତି ରାହୁଲ

ବେଙ୍ଗାଲୁରୁ: କିଏ ହେବ କର୍ଣ୍ଣାଟକର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ? ଆଜି ସନ୍ଧ୍ୟାରେ ହୋଇପାରେ ବଡ଼ ଘୋଷଣା। କର୍ଣ୍ଣାଟକରେ କିଏ ସିଏମ୍ ଆସନ ଗ୍ରହଣ କରିବ ଏନେଇ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ନିଷ୍ପତ୍ତି ନେବେ। ମୁଖ୍ୟମନ୍ତ୍ରୀ ହେବା ପୂର୍ବରୁ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ‌ଦିଲ୍ଲୀରେ ଭେଟିବେ ସିଦ୍ଧରମୈୟା ଏବଂ ଶିବକୁମାର।

ତେବେ ସୂଚନା ଅନୁଯାୟୀ ସିଏମ୍‌ ଦୌଡରେ ଆଗରେ ଅଛନ୍ତି ସିଦ୍ଧରମୈୟା। ସିଦ୍ଧରମୈୟା ହୋଇପାରନ୍ତି ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ। ଏହାସହ ଡେପୁଟି ସିଏମ୍‌ ପଦରେ ରହିପାରନ୍ତି ଡି.କେ ଶିବକୁମାର।

ଏବେ ଦିଲ୍ଲୀରେ ପହଞ୍ଚିଛି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ପ୍ରସଙ୍ଗ। ଚାଲିଛି ଘନ ଘନ ବୈଠକ। ଦଳର ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କ ଘରେ ପହଁଞ୍ଚିଛନ୍ତି ରାହୁଲ ଗାନ୍ଧୀ । ଏଥିସହ ଦଳର ଅନ୍ୟାନ୍ୟ ନେତା ଉପସ୍ଥିତ ଅଛନ୍ତି । ଆଜି ସନ୍ଧ୍ୟା ସୁଦ୍ଧା ନୂଆ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା ହୋଇପାରେ ବୋଲି ସୂଚନା ମିଳିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ