Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅମରନାଥ ଯାତ୍ରାକୁ ନେଇ ଆସିଲା ନୂଆ ନିୟମ; ଯାତ୍ରା କରିପାରିବେନି ଏହି ବର୍ଗର ଶ୍ରଦ୍ଧାଳୁ

ନୂଆଦିଲ୍ଲୀ: ଅମରନାଥ ଯାତ୍ରାକୁ ନେଇ ବଡ ଘୋଷଣା। ଏଥର ଶ୍ରଦ୍ଧାଳୁଙ୍କ ପାଇଁ ହୋଇଛି ହୋଇଛି ନୂଆ ନିୟମ। ନିୟମ ଅନୁଯାୟୀ, ୧୩ ବର୍ଷରୁ କମ୍ କିମ୍ବା ୭୫ ବର୍ଷରୁ ଅଧିକ ବର୍ଷ ବ୍ୟକ୍ତି ଅମରନାଥ ଯାତ୍ରା କରିପାରିବେ ନାହିଁ। ଅମରନାଥ ଯାତ୍ରା ଲାଗି ପଞ୍ଜୀକରଣ ଏପ୍ରିଲ ୧୭ ରୁ ଆରମ୍ଭ ହୋଇଥିଲା। ଶ୍ରଦ୍ଧାଳୁଙ୍କ ଲାଗି ଅମରନାଥ ଯାତ୍ରା ଜୁଲାଇ ୧ ରୁ ଆରମ୍ଭ ହୋଇ ଅଗଷ୍ଟ ୩୧ ପର୍ଯ୍ୟନ୍ତ ଜାରି ରହିବ। ନୂତନ ନିୟମ ଅନୁଯାୟୀ, ଛଅ ସପ୍ତାହରୁ ଅଧିକ ଗର୍ଭବତୀ ଥିବା କୌଣସି ମହିଳା ଯାତ୍ରା କରିପାରିବେ ନାହିଁ। ଅମରନାଥ ଯାତ୍ରାକୁ ନେଇ ସରକାର ନୂଆ ନିୟମ ଘୋଷଣା କରିଛନ୍ତି । 

ବାବା ଅମରନାଥଙ୍କ ଯାତ୍ରା ଦୁଇଟି ମାର୍ଗ ଦ୍ୱାରା କରାଯାଇପାରିବ। ପ୍ରଥମଟି ହେଉଛି ଦକ୍ଷିଣ କାଶ୍ମୀରର ଅନନ୍ତନାଗରେ ପହଲଗାମ ଦେଇ ୪୮ କିଲୋମିଟର ମାର୍ଗ ଏବଂ ଦ୍ୱିତୀୟଟି ହେଉଛି କାଶ୍ମୀରର ଗାନ୍ଦରବାଲ ଜିଲ୍ଲାର ୧୪ କିଲୋମିଟର ମାର୍ଗ ଦେଇ ଯିବାକୁ ଯାତ୍ରୀମାନଙ୍କୁ ସୁଯୋଗ ମିଳିପାରେ। ଉଭୟ ରୁଟରୁ ଏହି ଯାତ୍ରା ଏକକାଳୀନ ଆରମ୍ଭ ହେବ ବୋଲି ଅଧିକାରୀମାନେ କହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ