Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଧାୟକ ପ୍ରଦୀପ ଦିଶାରୀ ହେଲେ କଳାହାଣ୍ଡି ଜିଲ୍ଲା ବିଜେଡି ସଭାପତି

କଳାହାଣ୍ଡି, ୦୪/୦୮-କଳାହାଣ୍ଡି ଜିଲ୍ଲା ବିଜେଡି ସଭାପତି ହେବେ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀ। ଆଜି ଦଳର ସଭାପତି ନବୀନ ପଟ୍ଟନାୟକ ତାଙ୍କ ନାମରେ ମୋହର ମାରିଛନ୍ତି। ବିଧାୟକ ଶ୍ରୀ ଦିଶାରୀ ଏବେ ପୂର୍ବତନ ଜିଲ୍ଲା ସଭାପତି ପୁଷ୍ପେନ୍ଦ୍ର ସିଂହଦେଓଙ୍କ ସ୍ଥାନରେ ଦଳର ଜିଲ୍ଲା ସାଙ୍ଗଠନିକ ଦାୟିତ୍ୱ ସମ୍ଭାଳିବେ। ଲଗାତାର ଦୁଇଥର ବିଜୟୀ ହୋଇଥିବା ପ୍ରଦୀପଙ୍କ ଉପରେ ଏଥର ଦଳ ମୁଖିଆ ଭରସା କରିଥିବା ଜଣାପଡିଛି। ପୂର୍ବତନ ମନ୍ତ୍ରୀ ବଳଭଦ୍ର ମାଝୀଙ୍କ ପରେ ବିଜେଡି ଦ୍ଵିତୀୟ ଥର ପାଇଁ ଜଣେ ଆଦିବାସୀ ନେତାଙ୍କ ହାତରେ ଦଳର ଜିଲ୍ଲା ସଂଗଠନ ଦାୟିତ୍ୱ ଦେଇଛି। ଜିଲ୍ଲାର ସାଙ୍ଗଠନିକ ଦାୟିତ୍ୱ ଆଗରୁ ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସମ୍ଭାଳୁ ଥିବାବେଳେ ତାଙ୍କ ସହିତ ପୂର୍ବତନ ମନ୍ତ୍ରୀ ତଥା ଜୁନାଗଡ଼ ବିଧାୟକ ଦିବ୍ୟଶଙ୍କର ମିଶ୍ରଙ୍କ ମଧ୍ୟରେ ସଭାପତି ପଦବୀକୁ ନେଇ ଟଣାଓଟରା ଲାଗିରହିଥିଲା। ଫଳରେ ଉଭୟଙ୍କ ମଧ୍ୟରେ ଥିବା ଏହି ଦ୍ୱନ୍ଦ୍ୱ ଦୂର କରିବାକୁ ଜିଲ୍ଲାରେ କାର୍ଯ୍ୟକାରୀ ସଭାପତି ପଦବୀ ସୃଷ୍ଟି ହୋଇଥିଲା। କିନ୍ତୁ ଦଳ ଦୀର୍ଘ ବର୍ଷର ଶାସନ କ୍ଷମତା ହରାଇବା ପରେ ଏବେ ବିରୋଧୀ ଆସନରେ ବସିଛି। ଏହି ପରିପ୍ରେକ୍ଷୀରେ ଦଳର ସଂଗଠନ ସଜାଡ଼ିବା, ନେତା ଓ କର୍ମୀଙ୍କୁ ଏକଜୁଟ କରି ରଖିବା ଓ ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରିବା ଏକ ଚ୍ୟାଲେଞ୍ଜ ପାଲଟିଛି। ଏ ଦିଗରେ ନୂତନ ସଭାପତି ଦାୟିତ୍ୱ ପାଇଥିବା ବିଧାୟକ ଶ୍ରୀ ଦିଶାରୀ କିଭଳି ସଫଳ ହେବେ ତାହା ସମୟ କହିବ। ଅପରପକ୍ଷରେ ପ୍ରଦୀପଙ୍କ ନାମ ଘୋଷଣା ପରେ ତାଙ୍କ ସମର୍ଥକ ମହଲରେ ଖୁସିର ଲହରି ଖେଳିଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ