Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀଙ୍କୁ ହତ୍ୟା ଧମକ

ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ନୀତିନ ଗଡକରୀଙ୍କୁ ମିଳିଛି ହତ୍ୟା ଧମକ। ତାଙ୍କ ଦିଲ୍ଲୀ ସ୍ଥିତ ବାସଭବନରେ ଫୋନ୍ କଲ ମାଧ୍ୟମରେ ଏହି ହତ୍ୟା ଧମକ ମିଳିଥିବା ସୂଚନା ମିଳିଛି। ଗତକାଲି ବିଳମ୍ବିତ ରାତିରେ ଗଡକରୀଙ୍କୁ ଏହି ଧମକପୂର୍ଣ୍ଣ କଲ୍‌ ମିଳିଥିଲା। ଉକ୍ତ ଘଟଣାର ତଦନ୍ତ ଚାଲିଥିବା ପୋଲିସ ସୂଚନା ଦେଇଛି।

ମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏ ସଂକ୍ରାନ୍ତରେ ଦିଲ୍ଲୀ ପୋଲିସକୁ ସୂଚନା ଦିଆଯାଇଥିବା ଜଣାପଡ଼ିଛି। ବର୍ତ୍ତମାନ ପୋଲିସ ତଦନ୍ତ ଜାରି ରଖିଛି। ଦିଲ୍ଲୀ ପୋଲିସର କହିବାନୁସାରେ, ମନ୍ତ୍ରୀଙ୍କ କର୍ମଚାରୀ ପକ୍ଷରୁ ପୋଲିସକୁ ଏ ସମ୍ପର୍କରେ ସୂଚନା ଦିଆଯାଇଛି।

ଏହାପୂର୍ବରୁ ଜାନୁଆରୀ ୧୪ରେ ଜୟୈଶ ପୂଜାରୀ ନାମକ ଜଣେ ବ୍ୟକ୍ତିଙ୍କଠାରୁ ଗଡକରୀଙ୍କ ନାଗପୁର କାର୍ଯ୍ୟାଳୟକୁ ଧମକପୂର୍ଣ୍ଣ କଲ୍‌ ଆସିଥିଲା। ସେ କଲ୍‌ କରି ୧୦୦ କୋଟି ଟଙ୍କା ମାଗିଥିଲେ ଏବଂ ଦାଉଦ ଇବ୍ରାହିମ ଗ୍ୟାଙ୍ଗର ସଦସ୍ୟ ବୋଲି ଦାବି କରିଥିଲେ। ତାଙ୍କୁ ଆତଙ୍କବାଦ ବିରୋଧୀ ଆଇନ UAPA ଅନୁଯାୟୀ ଗିରଫ କରାଯାଇଥିଲା।