Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଓଡ଼ିଆବାର୍ତ୍ତା ପକ୍ଷରୁ ରୂପ୍ରାରୋଡ଼ରେ ‘ଗ୍ରୀଷ୍ମ ଉତ୍ସବ’ ଅନୁଷ୍ଠିତ

କଳାହାଣ୍ଡି: ଓଡ଼ିଶାର ଅଗ୍ରଣୀ ୱେବ ନ୍ୟୁଜ ପୋର୍ଟାଲ ‘ଓଡ଼ିଆ ବାର୍ତ୍ତା’ ପକ୍ଷରୁ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ରୂପ୍ରାରୋଡ଼ଠାରେ ‘ଗ୍ରୀଷ୍ମ ଉତ୍ସବ’ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ରୁପ୍ରାରୋଡରେ ଓଡ଼ିଆ ବାର୍ତ୍ତାର ନୂତନ କାର୍ଯ୍ୟାଳୟ ଉଦଘାଟନ ସହ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ କରାଟେ ଖେଳାଳୀ ତପନ ଗଉଡ ଓ ଗୁଜରାଟର ବିଶିଷ୍ଟ ସମାଜସେବୀ ହରିଶ ଭାଇ ଏମ୍ ଢୋକିଆଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥିରେ ଅତିଥି ଭାବେ ମାର୍ଶାଲ ଆର୍ଟ୍ସ ଗଟ୍ ଟେଲେଣ୍ଟ ଓ୍ବାର୍ଲ୍ଡ ଚମ୍ପିୟାନ ତପନ ଗଉଡ଼, ରାଜକୋଟ ଏମ୍ଏସବି କମ୍ପାନୀର ଏମଡି ହରେଶ ଭାଇ ଏମ୍ ଢୋକିଆ, ନର୍ଲା ବ୍ଲକ ଯୁବ ବିଜେଡି ସଭାପତି ବିଜୟ ଧଙ୍ଗଡାମାଝୀ, ସମାଜସେବୀ ରତନ ଅଗ୍ରୱାଲ, ଓଡ଼ିଆ ବାର୍ତ୍ତାର ସହ ସଂପାଦକ ସୁମିତ କୁମାର ଅଗ୍ରୱାଲ ପ୍ରମୁଖ ମଞ୍ଚାସୀନ ଥିଲେ । ଓଡ଼ିଆବାର୍ତ୍ତାର ସଂପାଦକ ତଥା ବିଶିଷ୍ଟ ସାମ୍ବାଦିକ ସୁନୀଲ କୁମାର ଧଙ୍ଗଡ଼ାମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ଲିଙ୍ଗରାଜ ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଓଡ଼ିଆବାର୍ତ୍ତାର କାର୍ଯ୍ୟକାରୀ ସଂପାଦକ ସଞ୍ଜୟ ଧଙ୍ଗଡାମାଝୀ ମଞ୍ଚ ପରିଚାଳନା କରିଥିଲେ । ଓଡ଼ିଆବାର୍ତ୍ତାର ଷ୍ଟାଫ ରିପୋର୍ଟର ନୀଲେଶ କୁମାର ନାଗ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିବାବେଳେ ସହସଂପାଦକ ସଲିଲ କୁମାର ଧଙ୍ଗଡାମାଝୀ ଧନ୍ୟବାଦ ଅର୍ପଣ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ