Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭାରତ ଆଦିବାସୀ ମଞ୍ଚ ଓ ଅଖିଳ ଭାରତ କିଶାନ ମୋର୍ଚ୍ଚା ପକ୍ଷରୁ ଗଜପତି ଜିଲ୍ଲାରେ ରେ ବିଶ୍ବ ଆଦିବାସୀ ଦିବସ ପାଳିତ

ପାରଳାଖେମୁଣ୍ଡି:୯/୮(ଗରୁଡ ଧ୍ଵଜ ଚୌଧୁରୀ)ଆଜି ବିଶ୍ଵ ଆଦିବାସୀ ଦିବସ ଅବସରରେ କାଶୀନଗର ବ୍ଲକ ସିଆଳି ପଞ୍ଚାୟତର ପେଦାଗୁଡା ଠାରେ ଅଖିଳ ଭାରତ ଆଦିବାସୀ ମଞ୍ଚ ଓ ଅଖିଳ ଭାରତ କିଶାନ୍ ମଜଦୂର ସଭା ପକ୍ଷରୁ ମିଳିତ ଭାବେ ସମାବେଶର ଆୟୋଜନ କରାଯାଇଥିଲା । ସଙ୍ଗଠନର ଜିଲ୍ଲା କମିଟି ସଭ୍ୟ ତଥା ବରିଷ୍ଠ ଆଦିବାସୀ ନେତା କାଡୁକା ଶବରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ଏହି ସମାବେଶରେ ଅଖିଳ ଭାରତ ଆଦିବାସୀ ସଭାର ଆବାହକ କେଦାର ଶବର ମୁଖ୍ୟବକ୍ତା ଭାବେ ଯୋଗଦେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଆଦିବାସୀ ବିରୋଧି ନୀତି ଯୋଗୁଁ ଆଦିବାସୀମାନେ ନିଜର ସାମ୍ବିଧାନିକ ଅଧିକାରରୁ ବଞ୍ଚିତ ହେଉଛନ୍ତି ବୋଲି କହିଥିଲେ । ସରକାର ଜମି, ଜଙ୍ଗଲ ଓ ପ୍ରାକୃତିକ ସମ୍ପଦ ଉପରେ ଆଦିବାସୀଙ୍କୁ ଅଧିକାର ଦେବା ବଦଳରେ ବଡ ବଡ କମ୍ପାନୀଙ୍କ ସ୍ଵାର୍ଥରେ ସେସବୁ ଅଧିକାରକୁ ଛଡେଇବାରେ ଲାଗିଛନ୍ତି ବୋଲି କହିଥିଲେ । ବିକାଶ ନାଁରେ ଆଦିବାସୀଙ୍କ ଜମି, ଜଙ୍ଗଲ, ପରିବେଶ ଓ ଜୀବିକାକୁ ଛଡେଇବାର ଷଡ଼ଯନ୍ତ୍ରକୁ ପ୍ରତିରୋଧ କରାଯିବ ବୋଲି ଚେତାବନୀ ଦେଇଥିଲେ । ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଦେଶର ରାଷ୍ଟ୍ରପତି ଉଭୟ ଆଦିବାସୀ ସମ୍ପ୍ରଦାୟର ହୋଇଥିବା ବେଳେ ନିଜର ଭିଟା ମାଟିର ସୁରକ୍ଷା ପାଇଁ ଏଠାରେ ଆଦିବାସୀମାନଙ୍କୁ ଲାଠି ଖାଇବାକୁ ପଡିବା ଦୁର୍ଭାଗ୍ୟଜନକ ବୋଲି କହିଥିଲେଓଡ଼ିଶାର ପ୍ରାୟ ଏକ ଚତୁର୍ଥାଂଶ ଜନସଂଖ୍ୟା ଆଦିବାସୀ ହୋଇଥିଲେ ବି ସରକାର ସେମାନଙ୍କ ଭାଷା, ଲିପି ଓ ସଂସ୍କୃତିର ବିକାଶ ଦିଗରେ କୌଣସି ଉଦ୍ୟମ ନକରିବା ଫଳରେ ଅନେକ ଆଦିବାସୀ ସମ୍ପ୍ରଦାୟ ଓ ସେମାନଙ୍କ ଭାଷା ନିଶ୍ଚିହ୍ନ ହେବାକୁ ବସିଛି ବୋଲି କହିଥିଲେ ଅତଏବ ଆଦିବାସୀମାନେ ନିଜର ଜମି, ଜଙ୍ଗଲ ଓ ଜୀବିକାର ସୁରକ୍ଷା ସହ ଭାଷା ଓ ସଂସ୍କୃତିର ସୁରକ୍ଷା କରିବା ଜରୁରୀ ବୋଲି ମତ ପ୍ରକାଶ ପାଇଥିଲା ଅନ୍ୟମାନଙ୍କ ମଧ୍ୟରେ ଆଦିବାସୀ ନେତା ଜୁନେସ ମେଦି, ଚୈତନ୍ୟ ଶବର, ସୁମ୍ବାରା ଶବର, ସୁଙ୍କା ଶବର, ଗଣେଶ୍ବରୀ ଶବର ପ୍ରମୁଖ ଯୋଗଦେଇ ନିଜ ନିଜର ବକ୍ତବ୍ୟ ରଖିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories