Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଓସ୍ତା ପକ୍ଷରୁ ୫ଦଫା ଦାବି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ପାରଳାଖେମୁଣ୍ଡି:୯/୮(ଗରୁଡ ଧ୍ଵଜ ଚୌଧୁରୀ) ଓଡିଶା ସ୍କୁଲ, କଲେଜ ଶିକ୍ଷକ କର୍ମଚାରୀ ସମନ୍ୱୟ କମିଟି ଓସ୍ତା ପକ୍ଷରୁ ୫ଦଫା ଦାବି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶିକ୍ଷକ ଓ କର୍ମଚାରୀମାନେ ଆନ୍ଦୋଳନରେ ବସିଛନ୍ତି। ସେମାନଙ୍କ ମୁଖ୍ୟ ଦାବି ହେଲା ଶିକ୍ଷା ବ୍ୟବସ୍ଥାର ପରିବର୍ତ୍ତନ ତଥା ଶିକ୍ଷକ ମାନଙ୍କ ସମସ୍ୟାର ସମାଧାନ ସହିତ ଦୀର୍ଘ ଦିନ ଧରି ଅନୁଦାନ ପାଇନଥିବା ବିଦ୍ୟାଳୟ ଗୁଡିକୁ ଅନୁଦାନ ପ୍ରଦାନ କରାଯାଉ, ନୂତନ ଅନୁଦାନ ପ୍ରାପ୍ତ ସ୍କୁଲ, କଲେଜ କର୍ମଚାରୀ ମାନଙ୍କୁ ପେନସନ ପ୍ରଦାନ କରାଯାଉ, ସ୍କୁଲ କଲେଜରେ ଖାଲି ପଡିଥିବା ଶିକ୍ଷକ ପଦବୀ ଗୁଡିକୁ ପୂରଣ କରାଯାଉ,ବିଭିନ୍ନ ଗ୍ରେଡପେ ରେ ଥିବା ଅସଂଗତି ଦୂର କରାଯାଉ,୨୦୦୪ ରୁ ୨୦୧୩ ମଧ୍ୟରେ ନିଯୁକ୍ତି ପାଇଥିବା ଶିକ୍ଷକ ମାନଙ୍କୁ ବାରିଷ୍ଠତା ପ୍ରଦାନ କରାଯାଉ, ପ୍ରତ୍ୟେକ ବର୍ଗର ଶିକ୍ଷା ଅନୁଷ୍ଠାନରେ ଅଧ୍ୟୟନ କରୁଥିବା ଛାତ୍ର ଛାତ୍ରୀ ମାନଙ୍କ ପାଇଁ ସମାନ ସୁବିଧା ସୁଯୋଗ ଯୋଗାଇଦେବା, ଅବସର ସମୟ ସୀମା ୬୦ ବର୍ଷ ପରିବର୍ତ୍ତେ ୬୨ ବର୍ଷ କରାଯାଉ ଇତ୍ୟାଦି ଦାବି ନେଇ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।ଦାବି ପୂରଣ ନହେଲେ ଆଗାମୀ ୧୬ ତାରିଖରେ ଭୁବନେଶ୍ୱର ଠାରେ ଦାବି ପୂରଣ ହେବା ପର୍ଯ୍ୟନ୍ତ ସାରା ଓଡିଶାରେ ସାମୁହିକ ଭାବେ ଅନିଧିଷ୍ଠ କାଳ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରଖିବେ ବୋଲି ସମନ୍ୱୟ ସମିତି ପକ୍ଷରୁ ଚେତାବନୀ ଦେଇଛନ୍ତି।ଏହି ଆନ୍ଦୋଳନରେ ଚିତ୍ତରଞ୍ଜନ ପଣ୍ଡା, ରଞ୍ଜନ ଦାସ , ରାମକୃଷ୍ଣ ପାଢୀ , ପି ମନୋଜ ରାଓ ପ୍ରମୁଖଙ୍କ ସମେତ ବହୁ ଶିକ୍ଷକ ଯୋଗ ଦେଇଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories