Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ମିଶନଶକ୍ତି କାଫେ ପରିଦର୍ଶନ କଲେ ନର୍ଲା ବ୍ଲକ ଉପାଧ୍ୟକ୍ଷ

କଳାହାଣ୍ଡି,୧୬/୦୫-କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ନର୍ଲା ପଞ୍ଚାୟତ କାର୍ଯ୍ୟାଳୟରେ ନୂତନ ଭାବେ ଉଦଘାଟିତ ମିଶନଶକ୍ତି କାଫେ ପରିଦର୍ଶନ କରିବା ସହିତ ଏହାର ପରିଚାଳନା ଦାୟିତ୍ବରେ ଥିବା ଶିବଶକ୍ତି ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନଙ୍କ ସହ ଆଲୋଚନା କରିଛନ୍ତି ନର୍ଲା ବ୍ଲକ ଉପାଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି ! ଶ୍ରୀ ମହାନ୍ତିଙ୍କ ସହିତ ଘଣ୍ଟମାଳ ସରପଞ୍ଚ ଦେବେନ୍ଦ୍ର ସା, ଶାନ୍ତପୁର ସମିତି ସଭ୍ୟ ଜୟ ମେହେର ପ୍ରମୁଖ ଏଇ ପରିଦର୍ଶନ ସମୟରେ ସାମିଲ ଥିଲେ ! ମହିଳାମାନଙ୍କୁ ସଶକ୍ତ କରିବା ସହିତ ଆତ୍ମନିର୍ଭରଶୀଳ କରିବାକୁ ରାଜ୍ୟ ସରକାର ମିଶନଶକ୍ତି ବିଭାଗ ଦ୍ବାରା ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକାରୀ କରୁଛନ୍ତି ! ଏଇକ୍ରମରେ ରାଜ୍ୟ ବ୍ୟାପି ମିଶନଶକ୍ତି କାଫେ ସ୍ଥାପନ ଏକ ଅଭିନବ ପଦକ୍ଷେପ ହୋଇଥିବାବେଳେ ଏହାକୁ ନେଇ ବ୍ଲକ ଉପାଧ୍ୟକ୍ଷ ଶ୍ରୀ ମହାନ୍ତି ଓ ଅନ୍ୟ ନେତୃବୃନ୍ଦ ଖୁସିବ୍ୟକ୍ତ କରିବା ସହିତ ନର୍ଲାକୁ ଆସୁଥିବା ଜନ ସାଧାରଣ ମିଶନ ଶକ୍ତି କାଫେ ପରିଦର୍ଶନରେ ଆସିବା ପାଇଁ ପରାମର୍ଶ ଦେଇଛନ୍ତି !