Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗଜପତି ଜିଲ୍ଲା ମୋହନା ବ୍ଲକ ଅଡବା ଥାନା ଅଂଚଳରେ କଙ୍ଗାରୁ କୋର୍ଟ….. ସ୍ୱାମୀଙ୍କୁ ଖୁଣ୍ଟରେ ବାନ୍ଧି ନିସ୍ତୁକ ମାଡ଼ ଦେଲେ ସ୍ତ୍ରୀ

ପାରଳାଖେମୁଣ୍ଡି:୧୬/୮ (ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲା ଅଡବା ଥାନା ଗରଡ଼ମା ଗ୍ରାମରେ ଦେଖୁବାକୁ ମିଳିଛି ଏକ ଅଭାବନୀୟ ଘଟଣା. ଏହି ଗ୍ରାମର ଜଣେ ମହିଳା ନିଜ ଭାଇ ଓ ସହଯୋଗୀଙ୍କ ଦ୍ୱାରା ଅଭିନବ ଢଙ୍ଗରେ କଙ୍ଗାରୁ କୋର୍ଟ ଆୟୋଜନ ଭଳି ନିଜ ସ୍ଵାମୀକୁ ଗାଁ ଦାଣ୍ଡରେ ଏକ ଖୁଣ୍ଟରେ ବାନ୍ଧି ରଖି ମାଡ଼ ଦେବା ଭଳି ଅମାନବିକ ଘଟଣା ଲୋକଲୋଚନକୁ ଆସିଛି. ଗଜପତି ପୁଲିସ ସୂତ୍ରରୁ ମିଳିଥିବା ସୂଚନା
ଅନୁଯାୟୀ, ଅଡବା ଥାନା ଗରଡ଼ମା ପଞ୍ଚାୟତ ବୁଡୁଶିଳ ଗାଁର ଜଳନ୍ତ ବଳିୟାରସିଂ ଗତ ପ୍ରାୟ ୩ ବର୍ଷ ତଳେ ଗରଡ଼ମା ଗାଁର ସୁଭଦ୍ରା ମାଳବିଷୋୟୀଙ୍କୁ ପ୍ରେମ ବିବାହ କରିଥିଲେ । ତାଙ୍କର ଗୋଟିଏ ୨ ବର୍ଷର ସନ୍ତାନ ଅଛି । ତେବେ ଗତ କିଛି ମାସ ତଳେ ପାରିବାରିକ ଅଶାନ୍ତି ଯୋଗୁଁ ଉଭୟ ସ୍ଵାମୀ ଓ ସ୍ତ୍ରୀ ମଧ୍ୟରେ ଝଗଡା ହୋଇଥିଲା । ଏଥିପାଇଁ ସ୍ତ୍ରୀ ସୁଭଦ୍ରା ସ୍ଵାମୀ ଜଳନ୍ତଙ୍କ ବିରୋଧରେ ଅଡବା ଥାନାରେ ଏତଲା ଦେଇଥିଲେ. ଅଡବା ଥାନାରେ କେଶ ନଂ ୧୪୭/୨୪ରେ ମାମଲା ରୁଜୁ ହୋଇଛି । ପୁଲିସ ଜଳନ୍ତକୁ ଗିରଫ କରି ୪୧ ବେଲବଣ୍ଡରେ ଛାଡିଥିଲେ. ସେବେ ଠାରୁ ସ୍ତ୍ରୀ ସୁଭଦ୍ରା ନିଜ ବାପ ଘରେ ଗରଡ଼ମା ଗ୍ରାମରେ ରହୁଥିଲେ. ଗତ ତିନି ଦିନ ତଳେ ବୁଧବାର ଦିନ ସ୍ଵାମୀ ଜଳନ୍ତ ଓ ତାଙ୍କ ସମ୍ପର୍କୀୟ ଭଉଣୀ ମହେଶ୍ୱେତା ଦଳାଇ ଖାଉଟି ଚାଉଳ ନେବାପାଇଁ ଗରଡ଼ମା ପଞ୍ଚାୟତକୁ ଆସିଥିଲେ. ସେଠାରେ ଜଳନ୍ତଙ୍କୁ ଦେଖ୍ ସ୍ତ୍ରୀ ସୁଭଦ୍ରା, ତାଙ୍କ ଭାଇ ଓ ସହଯୋଗୀ ମିଶି ଜଳନ୍ତଙ୍କୁ ଉଠାଇ ନେଇ ଗାଁ ମଝିରେ ଥିବା ଖୁଣ୍ଟରେ ବାନ୍ଧି ରଖୁବା ସହ ନିସ୍ତକ ମାଡ଼ ମାରିଥିଲେ. ଅଡବା ପୋଲିସ ଖବର ପାଇ ରାତି ପ୍ରାୟ ୨ ଘଣ୍ଟା ପରେ ଗରଡ଼ମା ଗାଁରେ ପହଞ୍ଚିଥିଲେ । ଗୁରୁବାର ସକାଳେ ଜ୍ଵଳନ୍ତଙ୍କୁ ପୋଲିସ ଉଦ୍ଧାର କରିଥିଲେ। ଉଦ୍ଧାର ପରେ ଜଳନ୍ତଙ୍କୁ ସ୍ଥାନୀୟ ପଞ୍ଚାୟତ କାର୍ଯ୍ୟାଳୟରେ ପୋଲିସ ରଖିଥିଲା । ପରେ ଅଡବା ଥାନା ଅଧିକାରୀ ଶୁଭ୍ରାନ୍ତ ପଣ୍ଡା ଓ ସ୍ଥାନୀୟ ଜନପ୍ରତିନିଧାଙ୍କ ସମେତ ଉଭୟ ସ୍ଵାମୀ –ସ୍ତ୍ରୀଙ୍କ ପରିବାରକୁ ନେଇ ପଞ୍ଚାୟତ କାର୍ଯ୍ୟାଳୟରେ ବୈଠକ କରିଥିଲେ । ବୈଠକ ପରେ ଉଭୟଙ୍କ ମଧ୍ୟରେ ଆପୋଷ ବୁଝାବଣା ହୋଇଥିଲା.

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories