Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଚଳନ୍ତା ଟ୍ରେନରୁ ଖସି ପଡ଼ିଥିବା ଅଜଣା ବ୍ୟକ୍ତିଙ୍କୁ ଉଦ୍ଧାର କରି ଚିକିତ୍ସା ବ୍ୟବସ୍ଥା କରାଇଲେ ବିଜେଡି ନେତା

କଳାହାଣ୍ଡି,୧୬/୦୫-ପୂର୍ବତଟ ରେଳପଥ ସମ୍ବଲପୁର ରେଳ ଡିଭିଜନ ଅନ୍ତର୍ଗତ ଟିଟିଲାଗଡ଼-ରାୟଗଡ଼ ରେଳପଥର ଜମରାଗୁଡ଼ା ଫାଟକରେ ଚଳନ୍ତା ଟ୍ରେନରୁ ଜଣେ ଅଜଣା ବ୍ୟକ୍ତି ଖସି ପଡ଼ି ଗୁରୁତର ହୋଇଥିବାବେଳେ ସେଇ ରାସ୍ତା ଦେଇ ଯାଉଥିବା ଲାଞ୍ଜିଗଡ଼ ବ୍ଲକର ବିଜେଡି ଯୁବନେତା ମୂରଲୀ ନାଏକ, ବାତେଲିମା ସମିତିସଭ୍ୟ ଗୋବିନ୍ଦ ନାଏକ, ସନ୍ତୋଷ ନାଏକ, ଭକ୍ତ ଦୋରା, କ୍ଷେତ୍ର ନାଏକ ପ୍ରମୁଖ ଗୁରୁତର ବ୍ୟକ୍ତିଙ୍କୁ ଉଦ୍ଧାର କରି ମୁନିଗୁଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିବା ଜଣାପଡ଼ିଛି ! ତେବେ ବ୍ୟକ୍ତିଙ୍କ ପରିଚୟ ମିଳିପାରିନାହିଁ ! ବିଜେଡି ନେତା ଓ ସମାଜସେବୀଙ୍କ ଏତାଦ୍ରୁଶ କାର୍ଯ୍ୟକୁ ସାଧାରଣରେ ବେଶ୍ ପ୍ରଶଂସା କରାଯାଇଛି !

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ