ପାରଳାଖେମୁଣ୍ଡି:୨୧/୮(ଗରୁଡ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲା ବିଜେପି ଦଳ ପକ୍ଷରୁ ଜିଲ୍ଲା ସଭାପତି ନବ କିଶୋର ଶବରଙ୍କ ଅଧ୍ୟକ୍ଷତାରେ ପୂର୍ବତନ ବିଧାୟକ କେ. ନାରାୟଣ ରାଓ, ମୋହନ ନିର୍ବାଚନ ମଣ୍ଡଳୀ ର ବିଧାୟକ ପାର୍ଥି ଙ୍କ ଉପସ୍ଥିତିରେ ସ୍ଥାନୀୟ ପୂର୍ତ୍ତବିଭାଗ ଡାକବଙ୍ଗଳା ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା ପାରଳାଖେମୁଣ୍ଡି ସ୍ଥିତ ପୂର୍ତ୍ତ ବିଭାଗ ବଙ୍ଗଳା ଠାରେ ଆୟୋଜିତ ହୋଇଥିଲା l ଏହି ଅବସରରେ ଦଳୀୟ ବିଶୃଙ୍ଖଳା ଓ ଦଳ ବିରୋଧୀ କାର୍ଯ୍ୟ କଳାପରେ ଲିପ୍ତଥିବା ନେଇ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସିଦ୍ଧେଶ୍ୱର ମିଶ୍ର ଏବଂ କାହୁଁ ଚରଣ ଭୂୟାଁ ଙ୍କୁ ଦଳରୁ ନିଲମ୍ବିତ କରାଯାଇଥିବା ନେଇ ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦିଆଯାଇଥିଲା l ଅଧକ୍ଷ ଶ୍ରୀ ଶବର କହିଥିଲେ ଯେ ବିଜେପି ଦଳ ଗୋଟେ ଶୃଙ୍ଘଳିତ ଦଳ ସେ ଜେତେବଡ ନେତା ହୋଇଥିଲେ ମଧ୍ଯ ଦଳ ବିରୋଧୀ କାର୍ଯ୍ୟ ଯିଏ କରିବ ତାଙ୍କ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ l
ଗଜପତି ଜିଲ୍ଳା ବିଜେପି ପକ୍ଷରୁ ପୂର୍ତ୍ତବିଭାଗ ଡାକବଙ୍ଗଳା ଠାରେ ଅନୁଷ୍ଠିତ ସାମ୍ୱାଦିକ ସମ୍ମିଳନୀରେ ଦୁଇ ବିଜେପି ନେତାଙ୍କୁ ଦଳରୁ ବହିସ୍କାର ଘୋଷଣ
