Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଏଣିକି ସର୍ବସାଧାରଣଙ୍କ ଲାଗି ୬ ଦିନ ଖୋଲା ରହିବ ରାଷ୍ଟ୍ରପତି ଭବନ

ନୂଆଦିଲ୍ଲୀ: ରାଷ୍ଟ୍ରପତି ଭବନ ପରିଦର୍ଶନ କରିବାକୁ ଚାହୁଁଥିବା ଲୋକଙ୍କ ପାଇଁ ଏକ ଖୁସି ଖବର। ଏଣିକି ୧ ଜୁନ୍ ରୁ ସପ୍ତାହରେ ଛଅ ଦିନ ସର୍ବସାଧାରଣଙ୍କ ପାଇଁ ଖୋଲା ରହିବ ରାଷ୍ଟ୍ରପତି ଭବନ । ଏ ନେଇ ସୂଚନା ରାଷ୍ଟ୍ରପତି ଭବନ ଦାୟିତ୍ୱରେ ଥିବା ଅଧିକାରୀ ମଙ୍ଗଳବାର ଦେଇଛନ୍ତି   । ଜୁନ୍‌ ୧ରୁ ପ୍ରତି ମଙ୍ଗଳବାରରୁ ରବିବାର ଯାଏ ସାଧାରଣ ଜନତା ରାଷ୍ଟ୍ରପତି ଭବନ ଭ୍ରମଣର ସୁଯୋଗ ପାଇବେ। ତେବେ ସରକାରୀ ଛୁଟି ଦିନରେ ଏହା ବନ୍ଦ ରହିବ । ସକାଳ ସାଢ ୯ଟାରୁ ସାଢେ ୪ଟା ପର୍ଯ୍ୟନ୍ତ ୭ଟି ସ୍ଲଟରେ ସାଧାରଣ ଜନତା ରାଷ୍ଟ୍ରପତି ଭବନ ବୁଲି ଦେଖି ପାରିବେ ।

ସୂଚନା ଅନୁଯାୟୀ ଏଥିସହିତ ରାଷ୍ଟ୍ରପତି ଭବନ ମ୍ୟୁଜିୟମ ମଧ୍ୟ ସାଧାରଣ ଜନତାଙ୍କ ପାଇଁ ମଙ୍ଗଳବାରରୁ ରବିବାର ଯାଏ ଖୋଲା ରହିବ। ରାଷ୍ଟ୍ରପତି ଭବନର ଫୋରକୋର୍ଟରେ ପ୍ରତି ଶନିବାର ୮ଟାରୁ ୯ଟା ପର୍ଯ୍ୟନ୍ତ  ହେବାକୁ ଥିବା ଗାର୍ଡ ସେରିମୋନି ମଧ୍ୟ ସାଧାରଣ ଲୋକ ଉପଭୋଗ କରିପାରିବେ। ଯଦି ଶନିବାର କୌଣସି ସରକାରୀ ଛୁଟି ଦିନ ପଡେ କିମ୍ବା କୌଣସି ବିଶେଷ କାର୍ଯ୍ୟ ପାଇଁ ନିର୍ଦ୍ଦେଶ ଆସେ ତେବେ ସେଦିନ  ଗାର୍ଡ ସେରିମୋନି ବନ୍ଦ ରହିବ । ଭ୍ରମଣକାରୀ ରାଷ୍ଟ୍ରପତି ଭବନ ବୁଲି ଦେଖିବା ପାଇଁ ୭ଟି ସ୍ଲଟ ମଧ୍ୟରୁ ଗୋଟିଏ ଅନଲାଇନରେ ଅଫିସିଆଲ ୱେବସାଇଟରୁ ବୁକ କରିପାରିବେ ।