ପାରଳାଖେମୁଣ୍ଡି:୨୪/୮( ଗରୁଡ ଧ୍ଵଜ ଚୌଧୁରୀ) ସେଞ୍ଚୁରିଅନ୍ ୟୁନିଭର୍ସିଟି ଅଫ୍ ଟେକ୍ନୋଲୋଜି ଏଣ୍ଡ ମ୍ୟାନେଜମେଣ୍ଟ (ସି.ୟୁ.ଟି.ଏମ୍.), ପାରଳାଖେମୁଣ୍ଡି ଠାରେ ୨୩ ଅଗଷ୍ଟ ୨୦୨୫ ତାରିଖରେ ଜାତୀୟ ଅନୁରିକ୍ଷ ଦିବସ-୨୦୨୫ ଉତ୍ସାହମୟ ଭାବରେ ପାଳନ କରାଗଲା । ଏହି ଅବସରରେ ପ୍ରତିଷ୍ଠିତ ବୈଜ୍ଞାନିକ, ଶିକ୍ଷକ ଓ ଛାତ୍ରଛାତ୍ରୀମାନେ ଏକତ୍ରିତ ହୋଇ ଭାରତର ଅନୁରିକ୍ଷ ସଫଳତା ଓ ସାମାଜିକ, ପରିବେଶୀୟ ଓ ବିଶ୍ୱସ୍ତରୀୟ ସମସ୍ୟା ସମାଧାନରେ ସ୍ପେସ୍ ଟେକ୍ନୋଲୋଜିର ଭୂମିକାକୁ ଆଲୋକପାତ କଲେ । ଏହି କାର୍ଯ୍ୟକ୍ରମଟି ସିଭିଲ ଇନ୍ଦ୍ରିନିଅରିଂ ବିଭାଗ ଦ୍ବାରା, ସେଣ୍ଟର ଫର ଡାଟା ସାଇନ୍ସ ଏନ୍ଡ୍ ମେସିନ ଲର୍ନିଙ୍ଗ ଓ ସ୍କୁଲ ଅଫ ଇନ୍ମିନିଅରିଂ ଏନ୍ଡ଼୍ ଟେକ୍ନୋଲୋଜି ସହଯୋଗରେ ଆୟୋଜିତ ହୋଇଥିଲା. କାର୍ଯ୍ୟକ୍ରମର ଆରମ୍ଭ ଅଡିଟୋରିମ୍ ହଲ୍ ରେ ଦୀପ ପ୍ରଜ୍ବଳନ ସହିତ ହୋଇଥିଲା । ଏହାପରେ ଡଃ, ପ୍ରଫୁଲ୍ଲ କୁମାର ପଣ୍ଡା, ଡିନ୍, ଏସ୍.ଓ.ଇ.ଟି., ସଭାକୁ ସ୍ବାଗତ କରି, ୟୁନିଭର୍ସିଟିର ନୂତନତ୍ୱ, ଗବେଷଣା ଓ ପ୍ରଯୁକ୍ତିମୂଳକ ଶିକ୍ଷାକୁ ଆଗେଇ ନେବାରେ ଦୃଢ଼ ପ୍ରତିବଦ୍ଧତା ବ୍ୟକ୍ତି କରିଥିଲେ। ପରେ ଡଃ, ରାଜୀବ କୁମାର ମାଝୀ, ବିଭାଗୀୟ ମୁଖ୍ୟ, ସିଭିଲ ଇମ୍ପିନିଅରିଂ, ଅନୁରିକ୍ଷ ପ୍ରଯୁକ୍ତିର ବହୁମୁଖୀ ପ୍ରୟୋଗ – ଭୂବିଜ୍ଞାନ, ଜଳବାୟୁ ଅଧ୍ୟୟନ ଓ ସୁସ୍ଥିର ପାୟାସ୍ଥିତିକା ଗଠନ ବିଷୟକୁ ଉଲ୍ଲେଖ କରିଥିଲେ।
ପାରଳାଖେମୁଣ୍ଡି ସେଞ୍ଚୁରିଅନ୍ ବିଶ୍ବବିଦ୍ୟାଳୟରେ ଜାତୀୟ ଅନ୍ତରିକ୍ଷ ଦିବସ ପାଳିତ
