Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗଜପତିରେ ଜେମ୍ସ ହସ୍ପିଟାଲ ତରଫରୁ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ

ପାରଳାଖେମୁଣ୍ଡି:୨୫/୮(ଗରୁଡ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ଏମ.ଏସ.ପୁର ପଞ୍ଚାୟତର ତୋଟାଗୁମୁଡ଼ା ଠାରେ ଜେମ୍ସ ହସପିଟାଲ ତରଫରୁ ଜୟହନୁମାନ ମେଡିକାଲ ଷ୍ଟୋର ଠାରେ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଯାଇଅଛି । ମୁଖ୍ୟ ସଡକରେ ଥିବା ପ୍ରକାଶ ରାଓଙ୍କ ହନୁମାନ କମ୍ପ୍ଲେକ୍ସରେ ଶ୍ରୀକାକୁଲମର ଜିଲ୍ଲାର ରାଗୁଲୁ ସ୍ତିତ ଜେମ୍ସ ହସ୍ପିଟାଲର ମିଳିତ ସହଯୋଗରେ ଅନୁଷ୍ଠାନର ମାଲିକ ପ୍ରକାଶ ରାଓ ଶୁଭ ଉଦ୍ଘାଟନ କରିଥିବା ବେଳେ ଅଞ୍ଚଳର ଲୋକେ ସାଧାରଣ ସ୍ବାସ୍ଥ୍ୟ ଓ ଜରୁରୀ ଜିନିଷରୁ ବଞ୍ଚିତ ନ ହେବାପାଇଁ ଏହା ଏକ ପ୍ରୟାସ ଏବଂ ଏହି ପ୍ରୟାସ ଜାରିରହିବ ବୋଲି କହିଛନ୍ତି । ଏହି ସ୍ୱାସ୍ଥ୍ୟ ଶିବିରରେ ଆସିଥିବା ଅନେକ ଲୋକେ ମାଗଣାରେ ସ୍ୱାସ୍ଥ୍ୟ ପରୀକ୍ଷା କରାଇବା ସହ ମାଗଣାରେ ଔଷଧ ନେଇଥିଲେ। ଶ୍ରୀକାକୁଲମ ଜିଲ୍ଲାର ଜେମ୍ସ ହସ୍ପିଟାଲର ଏକ ଡ଼ାକ୍ତର ଦଳ ଭେଷଜ, ଚକ୍ଷୁ ବିଭାଗୀୟ ଡ଼ାକ୍ତର ମାନେ ଯୋଗଦେଇ ରୋଗୀଙ୍କ ରୋଗ ଚି଼ହ୍ନଟ କରିବା ସହ ଅନୁଷ୍ଠାନ ପକ୍ଷରୁ ମାଗଣା ଔଷଧ ବିତରଣ କରାଯାଇଥିଲା।ଏହି ସ୍ୱାସ୍ଥ୍ୟ ଶିବିରରେ ସହେପଚାଶରୁ ଅଧିକ ରୋଗୀ ମାଗଣାରେ ସ୍ବାସ୍ଥ୍ୟ ପରୀକ୍ଷା କରାଇବା ସହିତ ମାଗଣା ଓଷଧ ନେଇ ଉପକୃତ ହେବା ସହ ଅନୁଷ୍ଠାନର ମାଲିକ ଓ ଅନୁଷ୍ଠାନକୁ ଅନେକ ଅନେକ ସାଧୁବାଦ ଜଣାଇଛନ୍ତି ଓ ଅନୁଷ୍ଠାନ ପକ୍ଷରୁ ଏହିପରି କାର୍ଯ୍ୟକ୍ରମ ଆଗକୁ ମଧ୍ୟ ଜାରି ରଖିବା ପାଇଁ ଅନୁରୋଧ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories