ଦୁଇ ଦିନିଆ ଗଜପତି ଜିଲ୍ଲା ଗସ୍ତରେ ରାଜ୍ୟ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ, ବିଭାଗ ପକ୍ଷରୁ ଚାଲିଥିବା ବିଭିନ୍ନ କାର୍ଯ୍ୟ ପରିଦର୍ଶନ

ପାରଳାଖେମୁଣ୍ଡି:୮/୯(ଗରୁଡ ଧ୍ୱଜ ଚୌଧୁରୀ) ଦୁଇ ଦିନିଆ ଗଜପତି ଜିଲ୍ଲା ଗସ୍ତରେ ରାଜ୍ୟ ସରକାରଙ୍କ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ଶ୍ରୀଯୁକ୍ତ ସୁରେଶ ପନ୍ଥ। ପାରଳାଖେମୁଣ୍ଡି ବନଖଣ୍ଡ କୁ ଦୁଇ ଦିନିଆ ଗସ୍ତରେ ଆସି ମୋହନା ବନାଞ୍ଚଳ ସମେତ ଜିଲ୍ଲା ର ବିଭିନ୍ନ କ୍ଷେତ୍ର ପରିଦର୍ଶନ କରି ବୃକ୍ଷ ରୋପଣ ସହ ଚାରା ବଣ୍ଟନ, ନର୍ସରୀ ଗୁଡ଼ିକ ଦେଖି ସନ୍ତୋଷ ପ୍ରକାଶ କରିଥିଲେ। ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ଶ୍ରୀଯୁକ୍ତ ପନ୍ଥ ବର୍ଷା ଦିନ ହୋଇଥିବାରୁ ବୃକ୍ଷ ରୋପଣ ପ୍ରତି ଗୁରୁତ୍ଵ ଦେବାକୁ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେବା ସଙ୍ଗେ ଟାଙ୍ଗରା ଜଙ୍ଗଲ ଗୁଡ଼ିକରେ ବୃକ୍ଷ ରୋପଣ କରି ଜଙ୍ଗଲ ସୃଷ୍ଟି କରିବା ସଙ୍ଗେ ପ୍ରକୃତି ର ସୁରକ୍ଷା ନିମନ୍ତେ ଗୁରୁତ୍ଵ ଦେବାକୁ ସ୍ଥାନୀୟ ଜନସାଧାରଣ ଏବଂ ଅଧିକାରୀ ମାନଙ୍କୁ ଉପଦେଶ ଦେଇଥିବା ଜଣାପଡିଛି। ଆଗାମୀ ଦିନରେ ଅର୍ଥ କାରୀ ବୃକ୍ଷ ରୋପଣ ନିମନ୍ତେ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ। ଅଧିକାରୀ ଙ୍କ ଗସ୍ତ ସମୟରେ ବ୍ରହ୍ମପୁର ବନ ଅଧିକାରୀ, ପାରଳାଖେମୁଣ୍ଡି ବନ ବିଭାଗୀୟ ଅଧିକାରୀ ମାନଙ୍କ ସମେତ ମୋହନା ବନାଞ୍ଚଳ ଅଧିକାରୀ ଶ୍ରୀ ଲକ୍ଷ୍ମୀ ପ୍ରସାଦ ବିଷୋୟୀ ପ୍ରମୁଖ ଗସ୍ତ କରି ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ସୁରେଶ ପନ୍ଥ ଙ୍କୁ ବିଭାଗ ଦ୍ଵାରା ନିଜ ଅଞ୍ଚଳରେ କାର୍ଯ୍ୟକାରୀ ହେଉଥିବା କାର୍ଯ୍ୟ ଗୁଡିକ ଦେଖାଇଥିବା ପ୍ରକାଶ। ଶ୍ରୀ ପନ୍ଥ କାର୍ଯ୍ୟ ଗୁଡ଼ିକ ପରିଦର୍ଶନ କରି ସନ୍ତୋଷ ପ୍ରକାଶ କରିଥିଲେ।