Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ପାରଳାଖେମୁଣ୍ଡି ସ୍ଥିତ ସମର୍ଥ ଅନୁଷ୍ଠାନର ସମ୍ମିଳନୀ କକ୍ଷ ଠାରେ ସି ସି ଡ଼ି ସଙ୍ଗଠନ ଆନୁକୁଲ୍ୟରେ ବିଶ୍ଵ ଫିଜିଓଥେରପି ଦିବସ ପାଳିତ

ପାରଳାଖେମୁଣ୍ଡି:୯/୯(ଗରୁଡ ଧ୍ୱଜ ଚୌଧୁରୀ)ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ସମର୍ଥ ଅନୁଷ୍ଠାନର ସମ୍ମିଳନୀ କକ୍ଷ ଠାରେ “ବିଶ୍ଵ ଫିଜିଓଥେରାପି ଦିବସ” ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟରେ ପାଳିତ ହୋଇଯାଇଛି ।ଜିଲ୍ଲା ସାମାଜିକ ସୁରକ୍ଷା ଓ ସଶକ୍ତିକରଣ ବିଭାଗ ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ହେଉଛି ଯେ , ବୌଦ୍ଧିକ ଅକ୍ଷମତା ଥିବା ପିଲା ମାନଙ୍କର ସାମଗ୍ରିକ ବିକାଶକୁ ସମର୍ଥନ କରିବାରେ ଫିଜିଓଥେରାପିର ଗୁରୁତ୍ୱପୂର୍ଣ୍ଣ ଭୂମିକା ବିଷୟରେ ସଚେତନ ସୃଷ୍ଠି କରିବା ।
ଏହି ଅବସରରେ ଗଜପତି ଜିଲ୍ଲାର ୪ଟି ଆଦିବାସୀ ଅଧ୍ୟୁଷିତ ଏବଂ ୨ ଟି ସାଧାରଣ ବ୍ଲକରେ ୭୧ ଜଣ ପିଲାଙ୍କୁ ମାଗଣାରେ ଫିଜିଓଥେରପି ସେବା ପ୍ରଦାନ କରିବା ପାଇଁ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ସି ସି ଡ଼ି: ପକ୍ଷରୁ ଚାଲିଥିବା ପ୍ରୟାସକୁ ସଫଳଗାମୀ କରାଯିବ ଯାହାକି , ସେମାନଙ୍କ ବିକାଶ , ସ୍ୱାସ୍ଥ୍ୟ ଓ କଲ୍ୟାଣରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିବ ।ଏହି କାର୍ଯ୍ୟକ୍ରମ ମୁଖ୍ୟତଃ ସାମୁଦାୟିକ ସଂପୃକ୍ତି ଏବଂ ଅନ୍ତର୍ଭୁକ୍ତ ସ୍ୱାସ୍ଥ୍ୟ ସେବାର ଗୁରୁତ୍ଵ ଉପରେ ଗୁରୁତ୍ୱାରୋପ କରିଥାଏ ।ଏହି କାର୍ଯ୍ୟକ୍ରମ ଅବସରରେ ୧୨ ଜଣ ପିଲାଙ୍କୁ ସହାୟକ ଉପକରଣ ପ୍ରଦାନ କରା ଯାଇଥିବା ବେଳେ ୩ ଜଣ ପିଲାଙ୍କୁ ସିପି: ଚେୟାର , ୭ ଜଣ ପିଲାଙ୍କୁ ୱାକର ,ଗୋଟିଏ ପିଲାକୁ କର୍ଣ୍ଣର ସିଟ, ଗୋଟିଏ ପିଲାକୁ ଗାଏଟର , ଏବଂ ଟାଇଲୋର୍ ବ୍ରେସ ପ୍ରଦାନ କରା ଯାଇଥିଲା , ଯାହାଦ୍ଵାରା ସେମାନଙ୍କ ସ୍ଥିତି ଓ ଗତିଶୀଳତା କ୍ଷେତ୍ରରେ ଉନ୍ନତି ହୋଇପାରିବ ।ଏହି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ଜିଲ୍ଲା ସମାଜ କଲ୍ୟାଣ ବିଭାଗର କାର୍ଯ୍ୟକ୍ରମ ତଥା ସୁରକ୍ଷା ଅଧିକାରୀ ଶ୍ରୀମତୀ ସାରଳା ପାତ୍ର , ଜିଲ୍ଲା ଶିଶୁ କଲ୍ୟାଣ ସମିତିର ସଦସ୍ୟା ଶ୍ରୀମତୀ ମମତା ଶତପଥୀ , ଡିଷ୍ଟ୍ରିକ୍ଟ୍ ଆର୍ଲି ଇଣ୍ଟରଭେନସନ୍ ସେଣ୍ଟର୍ (ଆର:ବି:ଏସ:କେ:)ର ଫିଜିଓଥେରପିଷ୍ଟ ଡ଼ାଃ ପ୍ରମୋଦ ନାଥ ପାଢ଼ୀ , ସି ସି ଡ଼ି ଅନୁଷ୍ଠାନର ସମ୍ପାଦକ ଶ୍ରୀ ଏ: ଜଗନ୍ନାଥ ରାଜୁ ଏବଂ ଜିଲ୍ଲା ମହିଳା ସମବାୟ ସମ୍ପାଦିକା ଶ୍ରୀମତୀ ଏ: ପଦ୍ମାରାଜ୍ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମରେ ସାମିଲ ହୋଇ ଉପସ୍ଥିତ ଥିବା ସମସ୍ତ ପରିବାର , ପିଲା ଓ ସେବାକାରୀ ଯତ୍ନବାନ ମାନଙ୍କୁ ବୌଦ୍ଧିକ ବିକାଶ କ୍ଷେତ୍ରରେ ଉପାଦେୟ ତଥା ପ୍ରେରଣାମୟ ପରାମର୍ଶ ଦେଇଥିଲ

More Stories