ଜାମିନ ବିହୀନ ଗିରଫ ପରୱାନା ସତ୍ୱେ…… ବହୁ ଚର୍ଚ୍ଚିତ ଏ.ସି.ଏଫ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲାରେ ଅଭିଯୁକ୍ତଙ୍କ କୋର୍ଟ ନିର୍ଦ୍ଦେଶକୁ ଅବମାନନା,

ପାରଳାଖେମୁଣ୍ଡି:୧୨/୯(ଗରୁଡ ଧ୍ୱଜ ଚୌଧୁରୀ) ବହୁ ଚର୍ଚ୍ଚିତ ଏସିଏଫ ମୃତ୍ୟୁ ମାମଲାରେ ମାନ୍ୟବର ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ପାରଳାଖେମୁଣ୍ଡି ଏସଡ଼ିଜେଏମ୍ କୋର୍ଟରେ ମାମଲାର ବିଚାର ପ୍ରକ୍ରିୟା ଜାରି ରହିଥିବାବେଳେ, କୋର୍ଟଙ୍କ ନିର୍ଦ୍ଦେଶ ପ୍ରକାରେ ଧାର୍ଯ୍ୟ ବିଗତ ଦୁଇଟି ତାରିଖରେ ଉପସ୍ଥିତ ନହେବାରୁ ଗତ ୧୪ ଅଗଷ୍ଟ ୨୦୨୫ରେ ମାମଲାରେ ସମ୍ପୃକ୍ତି ଥିବା ଦୁଇ ଜଣ ଅଭିଯୁକ୍ତ ତତ୍କାଳୀନ ଡିଏଫଓ ସଂଗ୍ରାମ କେଶରୀ ବେହେରା ଓ ରୋଷେୟା ମନ୍ମଥ କୁମ୍ଭ ଙ୍କ ବିରୋଧରେ ଜାମିନ୍ ବିହିନ ଗିରଫ ପରୱାନା ଜାରି କରିଥିଲେ ମାନ୍ୟବର ଅଦାଲତ। ଆଜି ଉଭୟଙ୍କୁ କୋର୍ଟରେ ହାଜିର କରିବାକୁ ନିର୍ଦେଶ ରହିଥିଲା କିନ୍ତୁ ଆଜି ବି ଉପସ୍ଥିତ ହୋଇନଥିବା ବେଳେ କୋର୍ଟଙ୍କ ପରବର୍ତ୍ତୀ ନିର୍ଦ୍ଦେଶକୁ ଅପେକ୍ଷା କରାଯାଇଛି ବୋଲି ଅଭିରାମ ମହାପାତ୍ରଙ୍କ ଓକିଲ ରଜତ କୁମାର ପାତ୍ର କହିଛନ୍ତି।
ସୂଚନାଯୋଗ୍ୟ ଗତ ୨୦୨୧ ମସିହା ଜୁଲାଇ ୧୧ ତାରିଖ ରାତ୍ର ସମୟରେ ଏସିଏଫ ସୌମ୍ୟରଞ୍ଜନ ମହାପାତ୍ର ପାରଳାଖେମୁଣ୍ଡି ଠାରେ କାର୍ଯ୍ୟରତ ଥିବା ସମୟରେ ତାଙ୍କ ସରକାରୀ ବାସ ଭବନରେ ସନ୍ଦେହ ଜନକ ଭାବେ ଦେହରେ ନିଆଁ ଲାଗିଯାଇଥିଲା ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା, ପରେ ଗୁରୁତର ଅବସ୍ଥାରେ ପ୍ରଥମେ ବ୍ରହ୍ମପୁର ଓ ପରେ କଟକ ସ୍ଥାନାନ୍ତରିତ କରାଯାଇଥିଲା ଏବଂ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା।ଏହାପରେ ଘଟଣାକୁ ନେଇ ପାରଳାଖେମୁଣ୍ଡି ପୋଲିସ ତଦନ୍ତ ଆରମ୍ଭ କରିଥିଲା, ପରବର୍ତ୍ତୀ ସମୟରେ ରାଜ୍ୟ ସରକାରଙ୍କ ନିର୍ଦ୍ଧେଶ କ୍ରମେ କ୍ରାଇମବ୍ରାଞ୍ଚ ମଧ୍ୟ ତଦନ୍ତ କରି ପାରଳାଖେମୁଣ୍ଡି ଜିଲ୍ଲା ଦୌରା ଜର୍ଜ ଙ୍କ ନିକଟରେ ଚାର୍ଜ ସିଟ ଦାଖଲ କରାଯାଇଥିଲା ଯେଉଁଥିରେ ପୂର୍ବତନ ଡିଏଫଓ ସଂଗ୍ରାମ ବେହେରା, ରୋସାୟା ମନ୍ମଥ କୁମ୍ଭ ଏବଂ ପତ୍ନୀ ବିଦ୍ୟା ଭାରତୀଙ୍କୁ କ୍ଲିନ ଚିଟ ଦେଇଥିଲା କ୍ରାଇମବ୍ରାଞ୍ଚ।ଏହାପରେ ତଦନ୍ତ କୁ ନେଇ ନିରାଶ ଥିବା ସୌମ୍ୟ ଙ୍କ ପରିବାର ଏପ୍ରିଲ ୨୦୨୩ ରେ ତଦନ୍ତ ରେକର୍ଡ କୁ ଭିତ୍ତିକରି ପୋଲିସ ଓ କ୍ରାଇମବ୍ରାଞ୍ଚ ଅଣଦେଖା କରିଥିବା ତଦନ୍ତର ଦିଗକୁ ନେଇ ସୌମ୍ୟଙ୍କ ବାପା ଅଭିରାମ ମହାପାତ୍ର ୨୦୨୩ ଏପ୍ରିଲ ମାସରେ ନ୍ୟାୟ ପାଇବା ପାଇଁ ପାରଳାଖେମୁଣ୍ଡି ଏସ୍ଡ଼ିଜିଏମ କୋର୍ଟର ଆଶ୍ରୟ ନେଇଥିଲେ।ସୌମ୍ୟ ଙ୍କ ବାପା ନିଜ ପିଟିସନରେ ଯେଉଁ ସବୁ ଅଭିଯୋଗ ଏବଂ ଯୁକ୍ତି ବାଡିଥିଲେ ଓ ଯେଉଁ ସବୁ ତଥ୍ୟ ଉପସ୍ଥାପନ କରିଥିଲେ ସମସ୍ତ ଜିନିଷକୁ ପାରଳାଖେମୁଣ୍ଡି ଏସ୍ଡ଼ିଜିଏମ ବିଚାରକୁ ନେଇ ଡିଏଫଓ ସଂଗ୍ରାମ ବେହେରା, ମନ୍ମଥ କୁମ୍ଭ ଏବଂ ପତ୍ନୀ ବିଦ୍ୟା ଭାରତୀଙ୍କ ବିରୁଦ୍ଧରେ ଭାରତୀୟ ପିଙ୍ଗଳ କୋର୍ଟ ଅନୁସାରେ ହତ୍ୟା ଏବଂ ହତ୍ୟା ପାଇଁ ଷଡଯନ୍ତ୍ର କରିଥିବା ଅଭିଯୋଗ ଆଣି ଦଫା ୩୦୨ ଏବଂ ୧୨୦( ବି) ଦଫାରେ ଦୋଷୀ ଅଭିଯୋଗ ଆଣିବା ସହ ଏକ ମାମଲା ରୁଜୁ ହୋଇଥିଲା। ଯାହାକୁ ଚାଲେଞ୍ଜ କରିଥିଲେ ଅଭିଯୁକ୍ତ ମାନେ ହାଇକୋର୍ଟରେ।ତଳ ଅଦାଲତର ନିର୍ଦ୍ଦେଶକୁ ଉଠାଇବା ପାଇଁ ଉଚ୍ଚ ନ୍ୟାୟାଳୟ ନିକଟରେ ଆବେଦନ କରିଥିଲେ କିନ୍ତୁ ଆବେଦନକୁ ଗତ ୦୩/୦୭/୨୦୨୫ ରେ ଉଚ୍ଚ ନ୍ୟାୟାଳୟ ଅଭିଯୁକ୍ତଙ୍କ ପିଟିସନ କୁ ଖରାଜ କରିବା ସହ ମାମଲାର ପରିଚାଳନା ପାଇଁ ପାରଳାଖେମୁଣ୍ଡି ଏସ୍ଡ଼ିଜିଏମ ଙ୍କୁ ନିର୍ଦେଶ ହୋଇଥିଲା ଯାହାକୁ ଭିତ୍ତିକରି ପାରଳାଖେମୁଣ୍ଡି ଏସ୍ଡ଼ିଜିଏମ ମାମଲାର ଦୁଇ ଅଭିଯୁକ୍ତ ସଂଗ୍ରାମ ବେହେରା ଏବଂ ମନ୍ମଥ କୁମ୍ଭଙ୍କୁ ହାଜର ହେବା ପାଇଁ ନିର୍ଦ୍ଦେଶ ଦେଇଥିଲେ।ହେଲେ କୋର୍ଟର ନିର୍ଦ୍ଦେଶକୁ ଅବମାନନା କରି ଦୁଇ ଅଭିଯୁକ୍ତ ଚୁପ ରହିବା ଦେଖି ମାନ୍ୟବର ପାରଳାଖେମୁଣ୍ଡି ଏସ୍ଡ଼ିଜିଏମ ଗତ ଅଗଷ୍ଟ ୧୪ ତାରିଖ ଦିନ ଦୁଇ ଅଭିଯୁକ୍ତ ଙ୍କ ବିରୁଦ୍ଧରେ ଜାମିନ ବିହୀନ ଗିରଫ ପରୱାନା ଜାରି କରିଥିଲେ।