Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଜାଲ୍ଲିକାଟୁ ପରମ୍ପରା ବୈଧ; ସୁପ୍ରିମକୋର୍ଟ

ଚେନ୍ନାଇ: ତାମିଲନାଡୁରେ ପ୍ରତିବର୍ଷ ଆୟୋଜିତ ହେଉଥିବା କ୍ରୀଡା ଜାଲ୍ଲିକାଟ୍ଟୁକୁ ସୁପ୍ରିମକୋର୍ଟ ସମର୍ଥନ କରିଛନ୍ତି ଏବଂ ଏହାକୁ ବାରଣ କରିବାକୁ ମନା କରି ଦେଇଛନ୍ତି। ତାମିଲନାଡୁର ଜାଲ୍ଲି୍କାଟ୍ଟୁ ପରମ୍ପରାକୁ ଅନୁମତି ଦେଇଥିବା ରାଜ୍ୟ ସରକାରଙ୍କ ଆଇନକୁ ସୁପ୍ରିମକୋର୍ଟ ସମର୍ଥନ କରିଛନ୍ତି।

ସୁପ୍ରିମକୋର୍ଟ କହିଛନ୍ତି ନୂତନ ନିୟମରେ କ୍ରୁରତାର ଦିଗ ପ୍ରତି ଧ୍ୟାନ ଦିଆଯାଇଛି। ଏହି ଖେଳ ଶତାବ୍ଦୀ ଧରି ତାମିଲନାଡୁର ସଂସ୍କୃତିର ଏକ ଅଂଶ ହୋଇଆସୁଛି। ଏହାକୁ ବାଧା ଦିଆଯାଇପାରିବ ନାହିଁ। ଯଦି କେହି ପଶୁମାନଙ୍କ ପ୍ରତି ଅତ୍ୟାଚାର କରନ୍ତି ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ୍।

ତାମିଲନାଡୁ ସରକାର ଜାଲ୍ଲିକାଟୁକୁ ଅନୁମତି ପଶୁଙ୍କ ସହ ଅନ୍ୟାୟ କରୁଛନ୍ତି। ଏଥିରେ ଅଂଶଗ୍ରହଣ କରୁଥିବା ଲୋକମାନେ ପଶୁମାନଙ୍କ ଉପରେ ନିର୍ଦ୍ଦୟୀ ଆଚରଣ କରୁଛନ୍ତି। ତେଣୁ ତାମିଲନାଡୁର ଏହି ଆଇନ୍‌କୁ ରଦ୍ଦ କରାଯାଉ ବୋଲି ଦର୍ଶାଇ ସୁପ୍ରିମକୋର୍ଟରେ ଆବେଦନ ହୋଇଥିଲା। ପଶୁ ଅଧିକାର ପାଇଁ ଲଢେଇ କରୁଥିବା ସଂସ୍ଥା ପେଟା(PETA) କୋର୍ରଟେ ଆବେଦନ କରିଥିଲା