Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗଜପତି ଜିଲ୍ଲାର ମାଛମରା ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷକ – ଶିକ୍ଷକଙ୍କ ମଧରେ ମାରପିଟ ଘଟଣାରେ…..୩ ଶିକ୍ଷକ ନିଲମ୍ବିତ

ପାରଳାଖେମୁଣ୍ଡି:୧୮/୯(ଗରୁଡ ଧ୍ୱଜ ଚୌଧୁରୀ) ଗଜପତି ଜିଲ୍ଲାରେ ଶିକ୍ଷକମାନେ ନିଜ ନିଜ ମଧ୍ୟରେ ମାରପିଟ୍ ଘଟଣାରେ ପ୍ରଶାସନ ନିଲମ୍ବନ କରିଥିବା ସୂଚନା ମିଳିଛି. ଘଟଣାରୁ ପ୍ରକାଶ, ଗଜପତି ଜିଲ୍ଲା ଗୋଷାଣି ବ୍ଲକ୍ ଅନ୍ତର୍ଗତ ମାଛମରା ଉନ୍ନିତ ବିଦ୍ୟାଳୟରେ। ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ ରଥ, ଶିକ୍ଷକ ବି. ରାଜଶେଖର ଓ ସିଙ୍ଗିପୁର ଜୟରାମଙ୍କୁ ନିଲମ୍ବିତ କରାଯାଇଥିବା ଜିଲ୍ଲା ଶିକ୍ଷାଧୀକାରୀ ଡ.ମାୟାଧର ସାହୁ ଜଣାଇଛନ୍ତି। ଗଜପତି ଜିଲ୍ଲା ଗସ୍ତରେ ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ବୃକ୍ଷରୋପଣ ଦିନିକିଆ କାର୍ଯ୍ୟକ୍ରମରେ ଆସିଥିବା ବେଳେ ଏଭଳି ଘଟଣା ଘଟିବା ଚର୍ଚ୍ଚାର ବିଷୟ ପାଲଟି ଥିଲା. ଘଟଣା ଅନୁଯୟୀ, ମାଛମରା ବିଦ୍ୟାଳୟରେ ପ୍ରାଥମିକ ଶିକ୍ଷକ ସିଙ୍ଗିପୁରମ ଜୟରାମ, ବି.ରାଜଶେଖର, ଉଚ୍ଚ ବିଦ୍ୟାଳୟ ହିନ୍ଦି ଶିକ୍ଷକ ସୁବାଷ ଚନ୍ଦ୍ର ପ୍ରଧାନ, କ୍ରୀଡ଼ା ଦାସ, ପହଲି ଦାସଙ୍କ ମଧ୍ୟରେ କୌଣସି ବିଷୟକୁ ନେଇ ଯୁକ୍ତିତର୍କ ପରେ ହାତା ହାତି ପର୍ଯ୍ୟନ୍ତ କଥାଯାଇଥିଲା। ମଙ୍ଗଳବାର ଅପରାହ୍ନରେ ଏହି ଘଟଣା ଘଟିଥିବା ପ୍ରଧାନ ଶିକ୍ଷକ ପ୍ରଫୁଲ ରଥ ଏହାକୁ ନେଇ କୌଣସି ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲେ। ଗ୍ରାମବାସୀ ଏହି ଘଟଣାକୁ ଜାଣି ସ୍କୁଲ ପରିସରରେ ଶିକ୍ଷକଙ୍କ ଏହିଭଳି ବ୍ୟବହାରକୁ ନେଇ ଉତ୍‌କ୍ଷିପ୍ତ ହୋଇ ବୁଧବାର ସକାଳେ ସ୍କୁଲ ଫାଟକରେ ତାଲା ପକାଇ ଦେଇଥିଲେ। ଗୋଷାଣି ବିଇଓ ଓ ଏବିଇଓ ଘଟଣା ସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କୁ ବୁଝାସୁଝା କରିଥିଲେ। ସ୍କୁଲ ତାଲା ଖୋଲିବା ପରେ ଗତକାଲି ଅପରାହ୍ନରେ ଜିଲ୍ଲା ପ୍ରଶାସନକୁ ଏହି ଘଟଣା ବିଷୟରେ ଅବଗତ କରାଯାଇଥିଲା। ଜିଲ୍ଲା ଶିକ୍ଷାଧିକାର ଡ.ମାୟାଧର ସାହୁଙ୍କ ସମେତ ଅତିରିକ୍ତ ଶିକ୍ଷାଧୂକାରୀ ଓ ଅନ୍ୟ କିଛି ଅଧିକାରୀ ବିଦ୍ୟାଳୟ ପରିଦର୍ଶନକୁ ଯାଇଥିଲେ। ଘଟଣାର ତଦନ୍ତ କରି ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ ରଥ, ଶିକ୍ଷକ ବି. ରାଜଶେଖର ଓ ସିଙ୍ଗିପୁର ଜୟରାମଙ୍କୁ ନିଲମ୍ବିତ କରିଛନ୍ତି।