କାଶୀନଗର ଶ୍ରୀରାମ କଲେଜ ଏନ୍ସିସି କ୍ୟାଡ଼େଟ୍ ସମ୍ମାନୀତ

ପାରଳାଖେମୁଣ୍ଡି:ଗଜପତି ଜିଲ୍ଲାର କାଶୀନଗର ଠାରେ ଥିବା ଶ୍ରୀରାମ ସ୍ନାତକ ମହାବିଦ୍ୟାଳୟ ରସାୟନ ବିଜ୍ଞାନ ବିଭାଗର ଛାତ୍ରୀ ବୁରା ହେମା ଦିଲ୍ଲୀ ଠାରେ ଚାଲିଥିବା ଆଭା ଏନ୍ସିସି କ୍ୟାମ୍ପରେ ଗଜପତି ଜିଲ୍ଲା ତରଫରୁ ଅଂଶଗ୍ରହଣ କରିଥିଲେ. ସେଠାରେ ସେ ପ୍ରଶିକ୍ଷଣର ୭ ଗୋଟି ବିଭାଗ ଯେପରି ବନ୍ଧୁକଚାଳନା, ପ୍ରତିରୋଧ କୌଶଳ ସହ ଶତ୍ରୁପକ୍ଷର ମାନଚିତ୍ର ଚିହ୍ନଟ ପ୍ରକ୍ରିୟା ବିଷୟରେ କୃତିତ୍ଵର ସହ ତାଲିମ ନେଇ ପ୍ରଶଂସାର ପାତ୍ରୀ ହୋଇପାରିଛନ୍ତି।ମହାବିଦ୍ୟାଳୟର ଅଧ୍ୟକ୍ଷ ଡ.ପ୍ରଶାନ୍ତ ବାନାପାଲି, ଏନ୍ସିସି ଅଫିସର ଓ ସମସ୍ତ କର୍ମଚାରୀ ଓ ବାପା ବୁରା ରାମକ୍ରିଷ୍ଣାଙ୍କ ଉପସ୍ଥିତିରେ ମହାବିଦ୍ୟାଳୟରେ ସମ୍ମାନୀତ କରାଯାଇ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା।