Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆନ୍ଧ୍ରରୁ ଚୋରା ବାଲି ଆଣି ଓଡ଼ିଶାରେ ବିକ୍ରି କରିବା ଅଭିଯୋଗରେ ଟିପର ଜବତ, ୪ ଲକ୍ଷ ଟଙ୍କା ଜରିମାନା

ପାରଳାଖେମୁଣ୍ଡି:ଗଜପତି ଜିଲ୍ଲାର କାଶୀନଗରକୁ ଆନ୍ଧ୍ରରୁ ଚୋରା ବାଲି ଆଣି ଓଡ଼ିଶାରେ ବିକ୍ରି କରୁଥିବା ଅଭିଯୋଗରେ ଏକ ଟିପରକୁ ଜିଲ୍ଲା ଖଣି ବିଭାଗର ଅଧିକାରୀମାନେ ଜବତ କରିଥିବା ଜଣାଯାଇଛି. ଏହି ଘଟଣା ପାଇଁ ୪ ଲକ୍ଷ ଟଙ୍କା ଜରିମାନା କରାଯାଇଥିବା ମଧ୍ୟ ସୂଚନା ମିଳିଛି. କାଶୀନଗର ବ୍ଲକର ହାଡୁଭାଙ୍ଗି ଗ୍ରାମରେ ଶୁକ୍ରବାର ରାତିରେ ଏକ ବେଆଇନ ବାଲି ବୋଝେଇ ଟିପ୍ପରକୁ ଜିଲ୍ଲା ଖଣି ବିଭାଗ ପକ୍ଷରୁ ଜବତ କରାଯାଇଛି। ଜିଲ୍ଲା ଖଣି ଅଧିକାରୀ ଦୀପେନ ପରିଡ଼ା ଓ କନିଷ୍ଠ ଖଣି ଅଧିକାରୀ ବିଶ୍ଵଜିତ ଶୁକ୍ରବାର ରାତିରେ ହାଡୁଭାଙ୍ଗି ଅଞ୍ଚଳରୁ ଏହି ବାଲି ବୋଝେଇ ଟିପ୍ପରକୁ ଅଟକାଇ କାଗଜପତ୍ର ମାଗିବାରୁ ଚାଳକ ଦେଖାଇ ପାରିନଥିଲେ। ଗାଡ଼ିଟିକୁ ଫଳରେ କାଶୀନଗର ଥାନା ନିକଟରେ ରଖାଯାଇଛି ଓ ୪ଲକ୍ଷ ଟଙ୍କାର ଜରିମାନା କରାଯାଇଥିବା ଜିଲ୍ଲା ଖଣି ଅଧିକାରୀ କହିଛନ୍ତି. ଗୁଣୁପୁର ଆଦି ବିଭିନ୍ନ ଅଞ୍ଚଳରେ ବେଆଇନ ଭାବେ ବାଲି ବିକ୍ରି କରାଯାଉଥିବା ଅଭିଯୋଗ ହୋଇଛି. ବହୁଦିନ ହେଲା ରାତିରେ ଏଭଳି ବାଲି ଚୋରାଚାଲାଣ ହେଉଥିବା ସ୍ଥାନୀୟ କିଛି ଲୋକେ କହିଛନ୍ତି । ହେଲେ ବାଲି ମାଫିଆମାନେ ରାଜନୈତିକ ଦଳର କର୍ମୀ କହି ଦାଦାଗିରି ଦେଖାଇବା ସହ ଏହି ବେଆଇନ ଇନ ବାଲି ଚାଲାଣ କରୁଥିବା ଜଣାପଡ଼ିଛି।