Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ବିହାର ସରକାରଙ୍କୁ ସୁପ୍ରିମକୋର୍ଟରୁ ଲାଗିଲା ବଡ଼ ଝଟକା, ଜାତିଗତ ଜନଗଣନା ଉପରେ ଜାରି ରହିବ ରୋକ୍

ନୂଆଦିଲ୍ଲୀ: ବିହାରରେ ଜାତିଗତ ଜନ ଗଣନା ଉପରେ ପାଟନା ହାଇକୋର୍ଟ ଲଗାଇଥିବା ରହିତାଦେଶ ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିବା ନୀତୀଶ ସରକାରଙ୍କୁ ଝଟକା ଲାଗିଛି। ସର୍ବୋଚ୍ଚ ନ୍ୟାୟାଳୟ ବିହାର ସରକାରଙ୍କ ଆବେଦନ ଉପରେ ଶୁଣାଣି କରିବାକୁ ମନା କରିଛନ୍ତି। ଉଚ୍ଚ ନ୍ୟାୟାଳୟରେ ମାମଲା ବିଚାରଧୀନ ଥିବାରୁ ଶୁଣାଣିର ଆବଶ୍ୟକତା ନଥିବା ସୁପ୍ରିମକୋର୍ଟ କହିଛନ୍ତି। କୋର୍ଟ ପ୍ରଶ୍ନ କରିଛନ୍ତି ଯେ, ଯେତେବେଳେ ହାଇକୋର୍ଟ ଜୁଲାଇ ୩ରେ ମାମଲାର ଶୁଣାଣି ପାଇଁ ତାରିଖ ନିର୍ଦ୍ଧାରିତ କରିଛନ୍ତି, ତେବେ ଆମକୁ ମାମଲାରେ ହସ୍ତକ୍ଷେପ କରିବା ଉଚିତ୍ ନୁହେଁ ? ହାଇକୋର୍ଟ ନେଇଥିବା ନିଷ୍ପତ୍ତି ବର୍ତ୍ତମାନ ବଳବତ୍ତର ରହିବ।

ଜଷ୍ଟିସ ଏଏସ ଓକା ଏବଂ ଜଷ୍ଟିସ ରାଜେଶ ବିନ୍ଦଲଙ୍କ ପୀଠ କହିଛନ୍ତି, ଯଦି ହାଇକୋର୍ଟରେ ଜୁଲାଇ ୩ରେ ମାମଲା ଉପରେ ଶୁଣାଣି କରାନଯାଏ ତେବେ ଜୁଲାଇ ୧୪ରେ ଆପଣଙ୍କ ଆବେଦନ ଉପରେ ବିଚାର କରାଯିବ। ତେଣୁ ବର୍ତ୍ତମାନ ଆପଣଙ୍କ ଯାଚିକା ଉପରେ ସୁପ୍ରିମକୋର୍ଟଙ୍କ ଦଖଲ ଦେବାର ଆବଶ୍ୟକତା ନାହିଁ। ସୁପ୍ରିମକୋର୍ଟ ଏହା ମଧ୍ୟ କହିଛନ୍ତି, ସାଂପ୍ରତିକ ସ୍ଥିତିରେ ଆଜି ଆମ ଦ୍ଵାରା ମାମଲାର ଶୁଣାଣି କରିବା କଠିନ। ଆମେ ଏହା ମଧ୍ୟ କହୁନୁ ଯେ, କେସର ଶୁଣାଣି ହେବ ନାହିଁ।

ଏହା ପୂର୍ବରୁ ବୁଧବାର ବିହାର ସରକାରଙ୍କ ଆବେଦନ ଜଷ୍ଟିସ ବିଆର ଗବଇ ଏବଂ ଜଷ୍ଟିସ ସଞ୍ଜୟ କରୋଲଙ୍କ ପୀଠ ସାମ୍ନାରେ ଉପସ୍ଥାପନ କରାଯାଇଥିଲା। ମାତ୍ର ଜଷ୍ଟିସ ସଞ୍ଜୟ କରୋଲ କେସର ଶୁଣାଣିରୁ ନିଜକୁ ଅଲଗା କରିଥିଲେ। ତାଙ୍କ କହିବା କଥା ଯେବେ ସେ ପାଟନା ହାଇକୋର୍ଟର ମୁଖ୍ୟ ବିଚାରପତି ଥିଲେ, ତେବେ ସେ ଏହି ମାମଲାର ଶୁଣାଣି କରିଥିଲେ। ଏମିତିରେ ପୁଣି ଥରେ ସେ ମାମଲା ସହ ଜଡ଼ିତ ହେବାକୁ ଉଚିତ୍ ମଣୁ ନାହିଁ।

ସୂଚନାଯୋଗ୍ୟ, ବିହାରର ନୀତୀଶ ସରକାର ରାଜ୍ୟରେ ଜାତିଗତ ଜନଗଣନା ସପକ୍ଷରେ ସର୍ବଦା ଯୁକ୍ତି ବାଢି ଆସିଛନ୍ତି। ସରକାରଙ୍କ କହିବା କଥା ଏହି ସର୍ଭେ ବହୁତ ଜରୁରୀ। ଯଦ୍ଵାରା ରାଜ୍ୟରେ ଜନକଲ୍ୟାଣ ନୀତି ପ୍ରସ୍ତୁତ ହୋଇ ପାରିବ।