Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପଶ୍ଚିମବଙ୍ଗରେ ଫିଲ୍ମ ‘ଦ କେରଳ ଷ୍ଟୋରୀ’ ଉପରୁ ହଟିଲା ବ୍ୟାନ୍‌

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ‘ଦ କେରଳ ଷ୍ଟୋରୀ’ ବ୍ୟାନ ହୋଇଥିବା ପ୍ରସଙ୍ଗ ଉପରେ ଆଜି ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ। କୋର୍ଟ ପଶ୍ଚିମବଙ୍ଗରେ ଫିଲ୍ମ ଉପରେ ଲଗାଯାଇଥିବା ପ୍ରତିବନ୍ଧକକୁ ହଟାଇବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ଶୁଣାଣି ସମୟରେ ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷରୁ ହାଜର ହୋଇଥିବା ଓକିଲ ଅଭିଷେକ ମନୁ କହିଛନ୍ତି ଯେ ଫିଲ୍ମ ଦ୍ବାରା ଲୋକ ଉତ୍ତେଜିତ ହେବାର ବିପଦ ରହିଛି।

ଏହା ଉପରେ ପ୍ରଧାନ ବିଚାରପତି ଡି.ୱାଇ ଚନ୍ଦ୍ରଚୁଡ କହିଛନ୍ତି ଯେ ଲୋକଙ୍କ ଭାବନା ଆଧାରରେ ଆପଣ ମୌଳିକ ଅଧିକାରରେ ବାଧା ସୃଷ୍ଟି କରିପାରିବେ ନାହିଁ। ଆଇନ ଶୃଙ୍ଖଳା ବଜାୟ ରଖିବା ହେଉଛି ସରକାରଙ୍କ କାମ। ଯଦି ଜିଲ୍ଲାର ବିଶେଷ ଅବସ୍ଥା ହେତୁ ନିଷେଧାଦେଶ ହୋଇଥାନ୍ତା, ତେବେ ଏହା ଏକ ଭିନ୍ନ କଥା ହୋଇଥାନ୍ତା। ଆପଣ ସମଗ୍ର ରାଜ୍ୟ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି।

ସିଜେଆଇ କହିଛନ୍ତି ଯେ ପଶ୍ଚିମବଙ୍ଗ ସରକାରଙ୍କ ଦ୍ୱାରା ମେ ୮ ରେ ଫିଲ୍ମ ଉପରେ ଲଗାଯାଇଥିବା ପ୍ରତିବନ୍ଧକକୁ ଆମେ ହଟାଉଛୁ। ଏହି ପ୍ରତିବନ୍ଧକ ପାଇଁ କୌଣସି ଦୃଢ ଆଧାର ଥିବା ପରି ମନେ ହେଉନାହିଁ। ସେ କହିଛନ୍ତି ଯେ ଆମେ ତାମିଲନାଡୁ ସରକାରଙ୍କ ବୟାନକୁ ରେକର୍ଡ କରିଛୁ ଏଥିରେ କୌଣସି ପ୍ରତିବନ୍ଧକ ଲଗାଯାଇ ନାହିଁ। ଥିଏଟର ମାଲିକଙ୍କ ଉପରେ ଫିଲ୍ମ ନ ଦେଖାଇବାକୁ କୌଣସି ଚାପ ପକାଯାଇ ନାହିଁ। ଏହାସହିତ ସିଜେଆଇ ଚଳଚ୍ଚିତ୍ର ପ୍ରଦର୍ଶିତ କରିବା ସହିତ ସିନେମା ହଲକୁ ପର୍ଯ୍ୟାପ୍ତ ସୁରକ୍ଷା ଯୋଗାଇ ଦେବା ପାଇଁ କହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ