ଗଜପତି ଜିଲ୍ଳାର ରଲ ମହେନ୍ଦ୍ରଗିରିରେ ଫସିଥିବା ୨୪ ପର୍ଯ୍ୟଟକ ସୁରକ୍ଷିତ ଭାବେ ଉଦ୍ଧାର ହେଲେ

ପାରଳାଖେମୁଣ୍ଡି:୪/୧୦(ଗରୁଡ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲାର ମହେନ୍ଦ୍ରଗିରି କୁ ଯିବା ରାସ୍ତାର କଇଁପୁର ଠାରୁ ବୁରୁଖତ ମଧ୍ୟରେ ପାହାଡ ଧସି ରାସ୍ତା ଅବରୋଧ ହେବା ଫଳରେ ବିଭିନ୍ନ ସ୍ଥାନରୁ ଆସିଥିବା ୨୪ ପର୍ଯ୍ୟଟକ ରାସ୍ତା ମଝିରେ ଫସି ରହିଥିଲେ | ଖବର ପାଇ ବିଳମ୍ବିତ ରାତିରେ ବନବିଭାଗ,ପୁଲିସ୍ ଓ ଅଗ୍ନିଶମ କର୍ମଚାରୀ ପହଞ୍ଚି ଫସି ରହିଥିବା ପର୍ଯ୍ୟଟକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରି ବନ ବିଭାଗ ଅତିଥି ଭବନରେ ରଖିବା ସହ ସେମାନଙ୍କ ଖାଇବା ରହିବା ଓ ଅନ୍ୟାନ୍ୟ ଆବଶ୍ୟକ ବ୍ୟବସ୍ଥା କରାଇଥିଲେ । ସୂଚନାଥାଉକି ଦଶହରା ଛୁଟି ଥିବାରୁ ପର୍ଯ୍ୟଟକମାନେ ଗଜପତି ଜିଲ୍ଲାର ପୁରାଣ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳ ମହେନ୍ଦ୍ରଗିରିକୁ ପରିଭ୍ରମଣ ପାଇଁ ଯାଇଥିଲେ ।