Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭିଜିଲାନ୍ସ ରିପୋର୍ଟରେ ଆସିଲା ସମୀର ୱାଙ୍ଖେଡେଙ୍କୁ ନେଇ ବଡ଼ ତଥ୍ୟ; ୬ ଥର ଯାଇଛନ୍ତି ବିଦେଶ, ମୁମ୍ବାଇରେ କିଣିଛନ୍ତି ୪ଟି ଫ୍ଲାଟ୍

ନୂଆଦିଲ୍ଲୀ: ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋର ଭିଜିଲାନ୍ସ ରିପୋର୍ଟରେ ସମୀର ୱାଙ୍ଖେଡେଙ୍କ ବିଷୟରେ ଅନେକ ଗୁପ୍ତ ତଥ୍ୟ ପ୍ରକାଶ ପାଇଛି। ଯିଏକି ଏନସିବିର ପୂର୍ବତନ ମୁମ୍ବାଇ ଜୋନ ମୁଖ୍ୟ ଥିଲେ। ଏହାସହିତ ସେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ଏବଂ ଆର୍ଯ୍ୟନ୍ ଖାନଙ୍କ ସମେତ ଅନେକ ଉଚ୍ଚସ୍ତରୀୟ ମାମଲା ପରିଚାଳନା କରିଥିଲେ।

ଡ୍ରଗ୍ସ ମାମଲାରେ ଆର୍ୟନ ଖାନଙ୍କୁ ଫଶାଇବାକୁ ୨୫ କୋଟି ଟଙ୍କା ଲାଂଚ ମାଗିଥିବା ମାମଲାରେ ଏବେ ସିବିଆଇ ଯାଂଚ କରୁଥିବା ବେଳେ ଆସିଛି ଭିଜିଲାନ୍ସ ରିପୋର୍ଟ । ଭିଜିଲାନ୍ସ ରିପୋର୍ଟରେ କୁହାଯାଇଛି କି ସମୀର ୱାଙ୍ଖେଡେ ୨୦୧୭ ରୁ ୨୦୨୧ ମଧ୍ୟରେ ୫ରୁ ୬ଥର ବିଦେଶ ଗସ୍ତ କରିଥିଲେ । ଏଥିରେ ସେ ବ୍ରିଟେନ, ଆୟରଲ୍ୟାଣ୍ଡ, ପର୍ତ୍ତୁଗାଲ, ଦକ୍ଷିଣ ଆଫ୍ରିକା ଓ ମାଲଦୀପ ଯାତ୍ରା କରିଥିଲେ । ଏହାସହ ମୁମ୍ବାଇରେ ୱାଙ୍ଖେଡେଙ୍କର ୪ଟି ଫ୍ଲାଟ୍ ଥିବା ଜଣାପଡ଼ିଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ