Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭୂମିକମ୍ପ ଝଟକାରେ ଥରିଲା ପ୍ରଶାନ୍ତ ମହାସାଗର, ୩ ଦେଶ ପାଇଁ ସୁନାମୀ ଆଲର୍ଟ ଜାରି

ନୂଆଦିଲ୍ଲୀ: ପ୍ରଶାନ୍ତ ମହାସାଗରରେ ଭୂମିକମ୍ପର ଜୋରଦାର ଝଟକା ଅନୁଭୂତ ହୋଇଛି। ଏହାର ତୀବ୍ରତା ରିକ୍ଟର ସ୍କେଲରେ ୭.୭ ମପା ଯାଇଛି। ଭୂକମ୍ପ ଝଟକା ପରେ ୩ ଦେଶକୁ ସୁନାମୀ ଆଲର୍ଟ ଜାରି କରାଯାଇଛି। ଏହା ବ୍ୟତୀତ ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲାଣ୍ଡ ସ୍ଥିତିର ଆକଳନ କରୁଛନ୍ତି ଯେ, ଏଥିରେ ତାଙ୍କ ଦେଶ ପ୍ରତି କୌଣସି ବିପଦ ଅଛି କି ନାହିଁ।

ସୂଚନା ଅନୁଯାୟୀ, ନ୍ୟୁ କାଲେଡୋନିଆର ଫ୍ରାନସିସ୍ ଅଞ୍ଚଳରେ ଲୟଲ୍ଟି ଦ୍ଵୀପର ଦକ୍ଷିଣ ପୂର୍ବରେ ୭.୭ ତୀବ୍ରତାର ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ଏହା ପରେ ପ୍ରଶାନ୍ତ ସୁନାମୀ ଚେତାବନୀ କେନ୍ଦ୍ର ଶୁକ୍ରବାର ଦକ୍ଷିଣ ପ୍ରଶାନ୍ତ କ୍ଷେତ୍ରର ଦେଶଗୁଡ଼ିକ ପାଇଁ ସୁନାମୀ ସତର୍କତା ଜାରି କରିଛି। ସଂଯୁକ୍ତ ରାଷ୍ଟ୍ର ଆମେରିକା ରାଜ୍ୟ ଭୂବୈଜ୍ଞାନିକ ସର୍ବେକ୍ଷେଣ ସଂସ୍ଥା(USGS) କହିଛି ଯେ, ଭୂମିକମ୍ପର କେନ୍ଦ୍ର ସ୍ଥଳ ଭୂପୃଷ୍ଠରୁ ପ୍ରାୟ ୩୮ କିମି ଭିତରେ ଚିହ୍ନଟ କରାଯାଇଛି।

ପ୍ରଶାନ୍ତ ସୁନାମୀ ଚେତାବନୀ କେନ୍ଦ୍ର ଭାନୁଅତୁ, ଫିଜି ଏବଂ କାଲେଡୋନିଆ ପାଇଁ ସମ୍ଭାବିତ ସୁନାମୀ ସତର୍କତା ଜାରି କରିଛନ୍ତି। ଅଷ୍ଟ୍ରେଲିଆର ପାଣିପାଗ ବିଜ୍ଞାନ ବ୍ୟୁରୋ ଏହାର ଉପକୂଳବର୍ତ୍ତୀ ଅଞ୍ଚଳ ଲର୍ଡ ହୋଓ୍ଵେ ଦ୍ଵୀପ ପାଇଁ ଆଲର୍ଟ ଜାରି କରିଛି। ନ୍ୟୁଜିଲାଣ୍ଡ ଏହାର ଉପକୁଳବର୍ତ୍ତୀ ଅଞ୍ଚଳରେ ସୁନାମୀର କୌଣସି ପ୍ରକାର ବିପଦକୁ ନେଇ ସ୍ଥିତିର ଆକଳନ କରୁଛି।