Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମେ ୨୮ରେ ଆମେରିକା ଯାତ୍ରା କରିବେ ରାହୁଲ, ନ୍ୟୁୟର୍କରେ କରିବେ ରାଲି !

ନୂଆଦିଲ୍ଲୀ: କଂଗ୍ରେସର ପୂର୍ବତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମେ ୨୮ରେ ଆମେରିକା ଗସ୍ତ କରିବେ। ସେ ଷ୍ଟାନଫୋର୍ଡ ବିଶ୍ଵ ବିଦ୍ୟାଳୟରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବେ। ଏହା ପରେ ମେ ୨୯ ଏବଂ ୩୦ ତାରିଖରେ ପ୍ରବାସୀ ଭାରତୀୟଙ୍କୁ ଭେଟିବେ ଏବଂ ସେମାନଙ୍କ ସହ ଆଲୋଚନା କରିବେ। ଅନ୍ୟପଟେ ରାହୁଲଙ୍କ ଆମେରିକା ଗସ୍ତକୁ ନେଇ ସାମାଜିକ ଗଣମାଧ୍ୟମରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଖିବାକୁ ମିଳିଛି। ୟୁଜର ପ୍ରଶ୍ନ କରିଛନ୍ତି ଯେ, କେମ୍ବ୍ରିଜ ପରେ ଏବେ ଷ୍ଟାନଫୋର୍ଡ। ଉଲ୍ଲେଖନୀୟ ରାହୁଲ ଗାନ୍ଧୀଙ୍କ କେମ୍ବ୍ରିଜ ଭାଷଣ ବହୁତ ଚର୍ଚ୍ଚାର ବିଷୟ ପାଲଟିଥିଲା।

ଏହା ପୂର୍ବରୁ ମେ ୧୬ରେ ପ୍ରକାଶିତ ଖବର ଅନୁଯାୟୀ, ରାହୁଲ ଗାନ୍ଧୀ ମେ ୩୧ରୁ ୧୦ ଦିନିଆ ଆମେରିକା ଗସ୍ତ କରିବେ। ଏହା ପରେ ଜୁନ ୪ ତାରିଖରେ ନ୍ୟୁୟର୍କର ମାଡିସନ ସ୍କୋୟାର ଗାର୍ଡେନରେ ପ୍ରାୟ ୫୦୦୦ ପ୍ରବାସୀଙ୍କ ସହ ରାଲି କରିବେ। ଏଥିସହ ଷ୍ଟାନଫୋର୍ଡ ୟୁନିଭର୍ସିଟିରେ ଏକ ପ୍ୟାନେଲ ଆଲୋଚନାରେ ଭାଗ ନେବେ। ପୁଣି ଓ୍ଵାଶିଂଟନ ଏବଂ କାଲିଫର୍ଣ୍ଣିଆ ଯାଇ ସେଠାରେ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବେ। ଉକ୍ତ କାର୍ଯ୍ୟକ୍ରମରେ ସେ ରାଜନେତା ଏବଂ ଉଦ୍ୟୋଗପତିଙ୍କୁ ଭେଟିବେ। ତେବେ ଏହାର ୩ ଦିନ ପୂର୍ବରୁ ଅର୍ଥାତ ମେ ୨୮ରେ ରାହୁଲ ଆମେରିକା ଯାତ୍ରା କରିବେ।

ଏହା ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୁନ ୨୨ରେ ଆମେରିକା ଯାତ୍ରା କରିବେ। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଏବଂ ପ୍ରଥମ ମହିଳା ଜିଲ୍ ବାଇଡେନଙ୍କ ଦ୍ଵାରା ହ୍ଵାଇଟ୍ ହାଉସରେ ଆୟୋଜିତ ରାତ୍ରିଭୋଜନରେ ଯୋଗ ଦେବେ। ଗତ ସପ୍ତାହରେ ବୈଦେଶିକ ମନ୍ତ୍ରଣାଳୟ ପ୍ରେସ୍ ବିଜ୍ଞପ୍ତିରେ ଏହାର ସୂଚନା ଦେଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ