Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପୁଣି ଦିଲ୍ଲୀ ଯାଉଛନ୍ତି ସିଦ୍ଦରମୈୟା ଏବଂ ଶିବକୁମାର, ମନ୍ତ୍ରିମଣ୍ଡଳକୁ ନେଇ ହେବ ମାନସ ମନ୍ଥନ

ନୂଆଦିଲ୍ଲୀ: କର୍ଣ୍ଣାଟକର ନୂତନ ମୁଖ୍ୟମନ୍ତ୍ରୀ କିଏ ହେବ ? ଏହି ପ୍ରଶ୍ନ ଉପରେ ଏବେ ବିରାମ ଲାଗି ସାରିଛି। କଂଗ୍ରେସ ହାଇକମାଣ୍ଡଙ୍କ ଦୀର୍ଘ ସମୟ ମାନସ ମନ୍ଥନ ପରେ ସିଦ୍ଦରମୈୟାଙ୍କୁ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଘୋଷଣା କରାଯାଇଛି। କର୍ଣ୍ଣାଟକରେ ଶନିବାର ଶପଥ ଗ୍ରହଣ ସମାରୋହ ପାଇଁ ବ୍ୟାପକ ପ୍ରସ୍ତୁତି ଚାଲିଛି। ଯେଉଁଥିରେ କଂଗ୍ରେସ ଶାସିତ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ଆମନ୍ତ୍ରିତ କରାଯାଇଛି। ଏଥିସହ ଶରଦ ପାଓ୍ଵାର ଏବଂ ଉଦ୍ଧବ ଠାକରେଙ୍କୁ ମଧ୍ୟ ସମାରୋହକୁ ଡକାଯାଇଛି।

ସୂତ୍ର ଅନୁଯାୟୀ, ମୁଖ୍ୟମନ୍ତ୍ରୀ ଏବଂ ଉପ ମୁଖ୍ୟମନ୍ତ୍ରୀଙ୍କ ବ୍ୟତୀତ ସିଦ୍ଦରମୈୟାଙ୍କ ମନ୍ତ୍ରିମଣ୍ଡଳରେ ୨୮ ମନ୍ତ୍ରୀ ଶପଥ ନେବେ। ମନ୍ତ୍ରିମଣ୍ଡଳରେ କାହା କାହାକୁ ଜାଗା ମିଳିବ ଏହାକୁ ନେଇ ଦିଲ୍ଲୀରେ ଆଜି ବିଚାର ବିମର୍ଶ କରାଯିବ। ଏଥିପାଇଁ ସିଦ୍ଦରମୈୟା ଏବଂ ଡିକେ ଶିବକୁମାର ଆଜି ଦିଲ୍ଲୀ ଯାଉଛନ୍ତି। ଉଭୟ ନେତାଙ୍କ ହାଇକମାଣ୍ଡ ବିସ୍ତୃତ ଆଲୋଚନା କରି ମନ୍ତ୍ରିମଣ୍ଡଳର ରୂପରେଖକୁ ଚୂଡାନ୍ତ ରୂପ ଦେବେ।

କୁହାଯାଉଛି ଦଳିତ ନେତା ପରମେଶ୍ଵରଙ୍କୁ ଗୁରୁତ୍ଵପୂର୍ଣ୍ଣ ବିଭାଗ ଦିଆଯାଇପାରେ। ମୁଖ୍ୟମନ୍ତ୍ରୀ ରେସରେ ପଛରେ ରହି ଯାଇଥିବା ଶିବକୁମାର ନିଜ ଗୋଷ୍ଠୀର ଅଧିକାଂଶ ବିଧାୟକଙ୍କୁ ରାଜ୍ୟ କ୍ୟାବିନେଟରେ ସାମିଲ୍ କରାଯିବା ସହ ଗୁରୁତ୍ଵପୂର୍ଣ୍ଣ ବିଭାଗ ମିଳୁ ବୋଲି ଚାହିଁବେ। ସେପଟେ ସିଦ୍ଦରମୈୟା ମୁଖ୍ୟମନ୍ତ୍ରୀ ସହିତ ମନ୍ତ୍ରିମଣ୍ଡଳରେ ନିଜର ସ୍ଥିତି ମଜବୁତ ରଖିବାକୁ ଚାହିଁବେ। ପାର୍ଟି ସୂତ୍ର ଅନୁଯାୟୀ, ରାଜ୍ୟ କ୍ୟାବିନେଟରେ ମୋଟ୍ ୨୮ ମନ୍ତ୍ରୀ ରହିବେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ