Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆରମ୍ଭ ହେଲା ଅଣ୍ଡର ୱାଟର ମେଟ୍ରୋ ଟ୍ରେନ୍‌ର ଟ୍ରାଏଲ ରନ୍; ଟନେଲ ଭିତରେ କରିବେ ଟ୍ରେନ୍‌ ଯାତ୍ରା

କୋଲକାତା: ଅଣ୍ଡର ୱାଟର ମେଟ୍ରୋ। ସାଧାରଣତଃ ଏହି ଅଣ୍ଡର ୱାଟର ମେଟ୍ରୋ ଆମେ ବିଦେଶରେ ଦେଖିଥାଉ। କିନ୍ତୁ ଏବେ ଏଥିପାଇଁ ଆଉ ବିଦେଶ ଯିବାକୁ ପଡ଼ିବନି। ଭାରତରେ ଆରମ୍ଭ ହୋଇଛି ପ୍ରଥମ ଅଣ୍ଡର ୱାଟର ମେଟ୍ରୋ। ପଶ୍ଚିମବଙ୍ଗରେ ଅଣ୍ଡର ୱାଟର ମେଟ୍ରୋ ଟ୍ରେନର ଟ୍ରାଏଲ ରନ୍ ଆରମ୍ଭ ହୋଇଛି । ଟନେଲ ଭିତରେ ବନ୍ଦେ ଭାରତ ଏକ୍ସପ୍ରେସର ଯାତ୍ରା କରିବେ ଯାତ୍ରୀ। ୨୦୨୪ ମାର୍ଚ୍ଚ ଶେଷ ସୁଦ୍ଧା ଏହି ପ୍ରକଳ୍ପ ଶେଷ ହେବ ବୋଲି ଜଣାପଡିଛି ।

ପାଣିର ୩୩ ମିଟର ତଳେ ଏହି ଟ୍ରେନ ଚଳାଚଳ କରୁଛି । ହୁଗୁଳି ନଦୀର ତଳେ ତଳେ ମେଟ୍ରୋ ଟ୍ରେନଟି ୫୪୦ମିଟର ଯାତ୍ରା କରିବ । ହାୱଡାରୁ କୋଲକାତାର ସଲ୍ଟଲେକ୍ ସେକ୍ଟର ଫାଇବ ଯାଏଁ ପାଣି ତଳେ ଯାତ୍ରା କରିବ ମେଟ୍ରୋ। ଅଣ୍ଡର ୱାଟର ମେଟ୍ରୋ ଯାତ୍ରାର ନିଆରା ମଜା ନେଇପାରିବେ ଯାତ୍ରୀ ।