Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ରେକର୍ଡ କଲା ଏନ୍‌ଏଚ୍‌ଏଆଇ; ୧୦୦ ଘଣ୍ଟାରେ ତିଆରି ହେଲା ୧୦୦ କି.ମି. ରାସ୍ତା

ନୂଆଦିଲ୍ଲୀ: ନ୍ୟାସନାଲ ହାଇୱେ ଅଥରିଟି ଅଫ୍ ଇଣ୍ଡିଆ (NHAI) ନାମରେ ଏକ ନୂତନ ରେକର୍ଡ ପଞ୍ଜିକୃତ ହୋଇଛି। ଉତ୍ତରପ୍ରଦେଶରେ ଗାଜିଆବାଦ-ଆଲିଗଡ ଏକ୍ସପ୍ରେସୱେରେ 100 କିଲୋମିଟର ରାସ୍ତା ନିର୍ମାଣ କାର୍ଯ୍ୟ ୧୦୦ ଘଣ୍ଟା ମଧ୍ୟରେ ଶେଷ ହୋଇଛି। ୧୦୦ ଘଣ୍ଟାରେ ୧୦୦ କିଲୋମିଟର ରାସ୍ତା ନିର୍ମାଣ କରି ବିଶ୍ୱ ରେକର୍ଡ ସୃଷ୍ଟି କରିଛି ଏନ୍‌ଏଚ୍‌ଏଆଇ। ଏହା ପୂର୍ବରୁ ୧୦୫ ଘଣ୍ଟାରେ ୭୫ କିଲୋମିଟର ରାସତା ନିର୍ମାଣ ରେକର୍ଡ କରାଯାଇଛି ।

ଗାଜିଆବାଦ-ଆଲିଗଡ ଏକ୍ସପ୍ରେସୱେ ମେ ୧୫ ରେ ସକାଳ ୧୦ ଟାରୁ ଆରମ୍ଭ ହୋଇଥିଲା। ଆଜି ଅପରାହ୍ନ ୨ ଟାରେ ୧୦୦ ରାସ୍ତା କାମ ଶେଷ ହୋଇଥିଲା। ଏହା ଏକ 6 ଲେନ ଏକ୍ସପ୍ରେସୱେ।

ଗାଜିଆବାଦ-ଆଲିଗଡ ଏକ୍ସପ୍ରେସୱେ ନିର୍ମାଣରେ ୬ ଟି ହାଟାମିକ୍ସ ପ୍ଲାଣ୍ଟ, ୧୫ ଟି ସେନସର ପାୱାର ଏବଂ ୨୦୦୦ ଲୋକ ନିୟୋଜିତ ହୋଇଥିଲେ। ଏହା ବ୍ୟତୀତ ୨୫୦ ଜଣ ଇଞ୍ଜିନିୟର ମଧ୍ୟ ଏହି ଏକ୍ସପ୍ରେସୱେ ନିର୍ମାଣରେ ନିୟୋଜିତ ଅଛନ୍ତି। ଅର୍ଥାତ୍ ସମୁଦାୟ ୨୨୫୦ ଜଣ କର୍ମଚାରୀ ଏବଂ ଅଧିକାରୀଙ୍କ ମିଳିତ ଉଦ୍ୟମରେ ଏହି କାର୍ଯ୍ୟ ଶେଷ ହୋଇଥିବା ଜଣାପଡ଼ିଛି।