Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସୋସିଆଲ ମିଡ଼ିଆରେ ଧର୍ମାନ୍ତର ଷଡ଼ଯନ୍ତ୍ର ଓ ହିନ୍ଦୁ ଦେବାଦେବୀଙ୍କୁ କଟାକ୍ଷ ଅଭିଯୋଗ…. ଗଜପତିରେ ଜଣେ ଗିରଫ

ପାରଳାଖେମୁଣ୍ଡି:୨୪/୧୦(ଗରୁଡ ଧ୍ୱଜ ଚୌଧୁରୀ) ସୋସିଆଲ ମିଡିଆରେ ଧର୍ମାନ୍ତରିକରଣ ଓ ହିନ୍ଦୁ ଦେବାଦେବୀଙ୍କୁ କଟାକ୍ଷ କରିବା ଯୋଗୁଁ ଗଜପତି ଜିଲ୍ଲାରେ ଜଣେ ବ୍ୟକ୍ତିଙ୍କୁ ପୋଲିସ ଗିରଫ କରିଥିବା ସୂଚନା ମିଳିଛି. ଏନେଇ ଏକ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏହାକୁ ନେଇ ରାୟଗଡ଼ ଥାନାରେ ଣ୍ଡଳସାହି କେନ୍ଦ୍ର ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଅଭିଯୋଗ କରାଯାଇଛି। ଅଭିଯୁକ୍ତଙ୍କ ଗିରଫ ଦାବିରେ ବିକ୍ଷୋଭ କରାଯାଇଥିଲା । ଏନେଇ ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତ ରାମଗିରି ଥାନା ଆର. ଭାଲିଆସାହି ଗ୍ରାମର ରଘୁ ରଇତଙ୍କୁ ଗିରଫ କରିଥିବା ଥାନା ଅଧିକାରୀ କମଳା ଚୌଧୁରୀ କହିଛନ୍ତି । ଥାନା ସୂତ୍ରରୁ ପ୍ରକାଶ, ଗତ କିଛି ଦିନ ଧରି ଡମ୍ବାଳ ଗ୍ରାମ ଶ୍ୱଶୁର ଘରେ କିଛି ଦିନ ହେଲା ରଘୁନାଥ ରହୁଥିଲେ। ହିନ୍ଦୁ ଧର୍ମର ଦେବାଦେବୀଙ୍କୁ କଟାକ୍ଷ କରିବା ସହିତ ସମ୍ପୃକ୍ତ ଧର୍ମର ସମର୍ଥକଙ୍କୁ ଧର୍ମାନ୍ତରଣ ପାଇଁ ପରୋକ୍ଷରେ ପ୍ରବାର୍ତ୍ତାଉଥିବା ଏକ ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରି ଭାଇରାଲ୍ କରିଥିଲେ। ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା କରି ମଣ୍ଡଳସାହି କେନ୍ଦ୍ର ବିଶ୍ବ ହିନ୍ଦୁ ପରିଷଦ ପକ୍ଷରୁ ରାୟଗଡ ଥାନାରେ ମଙ୍ଗଳବାର ଅଭିଯୋଗ ହୋଇଥିଲା। ପୁଲିସ ମଙ୍ଗଳବାର ରାତିରେ ଆର. ଭାଲିଆସାହି ଗ୍ରାମରୁ ରଘୁଙ୍କୁ ଗିରଫ କରିଥିଲେ.

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories