ଭବାନୀପାଟଣାଠାରେ ୧୯ତମ ଶ୍ରୀ ଶ୍ରୀ ଚିତ୍ରଗୁପ୍ତ ପୂଜନୋତ୍ସବ ଅନୁଷ୍ଠିତ
କଳାହାଣ୍ଡି, ୨୪/୧୦-କଳାହାଣ୍ଡି କରଣ ସମାଜ ତରଫରୁ ଦୁଇଦିନ ବ୍ୟାପି ସ୍ଥାନୀୟ ଭବାନୀପାଟଣାସ୍ଥିତ ସମାଜ ତରଫରୁ ନୂତନ ଭାବରେ ନିର୍ମାଣ କରାଯାଇଥିବା ପ୍ରଭୁ ଚିତ୍ରଗୁପ୍ତଙ୍କ ଭବ୍ୟ ମନ୍ଦିରରେ ୧୯ ତମ ଶ୍ରୀ ଶ୍ରୀ ଚିତ୍ରଗୁପ୍ତଙ୍କ ପୂଜନ ଉତ୍ସବ ମହା ଆଡ଼ମ୍ବରରେ ପାଳିତ ହୋଇଯାଇଛି। କଳାହାଣ୍ଡି କରଣ ସମାଜର ଜିଲ୍ଲା ସଭାପତି ରାମଶଙ୍କର ଦାସ ଓ ଜିଲ୍ଲା ସମ୍ପାଦକ ପ୍ରଦୀପ କୁମାର ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ପୂଜନ ଉତ୍ସବର ପ୍ରଥମ ସନ୍ଧ୍ୟାରେ ସମାଜର ଶହଶହ ମହିଳାମାନଙ୍କ ଦ୍ୱାରା କଳସଯାତ୍ରାରେ ସହର ପରିକ୍ରମା କରିଥିଲେ। ଉତ୍ସବର ଦ୍ଵିତୀୟ ସନ୍ଧ୍ୟାରେ କୃତି ପ୍ରତିଯୋଗୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା I ଏଥିରେ ମୁଖ୍ୟଅତିଥି ଭାବେ ଗଞ୍ଜାମ ଛତ୍ରପୁରରୁ ପୂର୍ବତନ ସର୍ବଭାରତୀୟ ବ୍ୟାଙ୍କ ସଂଘର ଆବାହକ ପ୍ରଫୁଲ୍ଲ କୁମାର ପଟ୍ଟନାୟକ ଉପସ୍ଥିତ ରହିଥିବାବେଳେ କଳାହାଣ୍ଡି କରଣ ସମାଜର ଜିଲ୍ଲା ସଭାପତି ରାମ ଶଙ୍କର ଦାସ, ଜିଲ୍ଲା ସମ୍ପାଦକ ପ୍ରଦୀପ ପଟ୍ଟନାୟକ, ମୁଖ୍ୟ ଉପଦେଷ୍ଟା କାଳୀ ପ୍ରସାଦ ପଟ୍ଟନାୟକ, ମହିଳା ମଣ୍ଡଳୀର ଆବାହିକା ସୁଶ୍ରୀ ସବିତା ପଟ୍ଟନାୟକ ଏବଂ ଯୁବ ସମାଜର ଆବାହକ ପ୍ରଦୀପ କୁମାର ଦାସ ମଂଚାସୀନ ଥିଲେ। ପ୍ରମୋଦ ଚନ୍ଦ୍ର ପଟ୍ଟନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ସାଙ୍ଗଠନିକ ସମ୍ପାଦକ ଦେବାଶିଷ ପଟ୍ଟନାୟକ ସହଯୋଗ କରିଥିଲେ। ଲଳିତ ପଟ୍ଟନାୟକ ଓ ରୁବି ମହାନ୍ତି ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ। ଚିତ୍ତରଞ୍ଜନ ଦାସ, ନରହରି ପଟ୍ଟନାୟକ, ଯୁଗଳ କିଶୋର ପଟ୍ଟନାୟକ, ଲଳିତ ମହାପାତ୍ର, ରବିନ୍ଦ୍ରନାଥ ପଟ୍ଟନାୟକ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରୁ ହିମାଂଶୁ ପଟ୍ଟନାୟକ, କାଳିନ୍ଦୀ ପଟ୍ଟନାୟକ, ମନୋଜ ପଟ୍ଟନାୟକ, କୁମୁଦ ସାହାଣୀ, ମାନସ ରଞ୍ଜନ ଦାସ, ମନୋରଞ୍ଜନ ଦାସ, କୈଳାସ ପଟ୍ଟନାୟକ, ତୁଷାର ପଟ୍ଟନାୟକ, ଅମୀୟ ସାହୁ, ସୀମା ପୃସେଠ, ଫକୀର ମହାନ୍ତି, ଦିବ୍ୟ ବହିଦାର, ନଳିନ ପଟ୍ଟନାୟକ, ଅଶୋକ ପଟ୍ଟନାୟକ, ଭବାନୀ ଶଙ୍କର ପଟ୍ଟନାୟକ, ତୁଳସୀ ରାଜ ପଟ୍ଟନାୟକ, ମାନସ ମହାନ୍ତି, ଅରବିନ୍ଦ ପଟ୍ଟନାୟକ, ଶିବପ୍ରସାଦ ମହାନ୍ତି, ସୁରେନ୍ଦ୍ର ପଟ୍ଟନାୟକ, ଶିବ ପ୍ରସାଦ ପଟ୍ଟନାୟକ, ପ୍ରିୟେଶ ପଟ୍ଟନାୟକ, ଯଶୋବନ୍ତ ପଟ୍ଟନାୟକ, ରାକେଶ ପାତ୍ର, ସ୍ୱାଧୀନ ପଟ୍ଟନାୟକ, ସୁନିଲ ପଟ୍ଟନାୟକ ଏବଂ ଅନ୍ୟାନ୍ୟ ସଦସ୍ୟ ଗଣ ବିଭିନ୍ନ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।ସେହିପରି ସୁଶ୍ରୀ ସଂଘମିତ୍ରା କାନୁନଗୋ, ରଚିତା ମହାନ୍ତି, ଜ୍ୟୋତିରାଣୀ ଦାସ, ବସନ୍ତ ପଟ୍ଟନାୟକ, ଦମୟନ୍ତୀ ଦାସ, ପ୍ରୀତି ପଟ୍ଟନାୟକ, ନୁପୁର ପଟ୍ଟନାୟକ, ମିଲି ପଟ୍ଟନାୟକ, ଅନୁରାଧା ବହିଦାର, ରୀନା ପଟ୍ଟନାୟକ, ସୁପ୍ରଭା ପଟ୍ଟନାୟକ ଏବଂ ଅନ୍ୟାନ୍ୟ ସଦସ୍ୟା ବୃନ୍ଦ ବିଭିନ୍ନ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ। ସୁଶ୍ରୀ ସବିତା ପଟ୍ଟନାୟକ କର୍ତ୍ତା ଭାବେ ଦାୟିତ୍ୱ ତୁଲାଇଥିବାବେଳେ ମୁଖ୍ୟ ପୂଜକ ଭାବେ ମଙ୍ଗଳୁ ମିଶ୍ର ସହଯୋଗୀ ଭାବେ ସୁମନ୍ତ ହୋତା ଏବଂ ବୁଲୁୁ ସହଯୋଗ କରିଥିଲେ।

