Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଉ ଛପା ହେବନି ୨୦୦୦ ଟଙ୍କିଆ ନୋଟ!

ନୂଆଦିଲ୍ଲୀ: ଆର୍‌ବିଆଇର ବଡ ନିଷ୍ପତ୍ତି। ଆଉ ଛପା ହେବନି ୨୦୦୦ ଟଙ୍କିଆ ନୋଟ। ୨ ହଜାର ଟଙ୍କିଆ ନୋଟ ଫେରାଇ ନେବାକୁ ଆରବିଆଇ ନିଷ୍ପତ୍ତି ନେଇଛି । 

ଆରବିଆଇ କହିଛି ଯେ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ଏହି ନୋଟଗୁଡିକ ବୈଧ ରହିବ। ଏହା ଭିତରେ ଯେଉଁମାନଙ୍କ ପାଖରେ ୨୦୦୦ ଟଙ୍କିଆ ନୋଟ୍ ଅଛି ସେମାନଙ୍କୁ ବ୍ୟାଙ୍କକୁ ଯାଇ ବଦଳେଇବାକୁ ପଡ଼ିବ।

ଏବେ ବଜାରରେ ଥିବା ୨ ହଜାର ଟଙ୍କିଆ ନୋଟ୍ ସଚଳ ରହିବ । ୨୦୧୬ ମସିହାରେ ହୋଇଥିବା ନୋଟ ବନ୍ଦୀ ସମୟରେ ରିଜର୍ଭ ବ୍ୟାଙ୍କ  ୨୦୦୦ ଟଙ୍କିଆ ନୋଟ ପ୍ରଚଳନ କରିଥିଲା ।


ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ