Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଜି ଶପଥ ଗ୍ରହଣ କରିବେ କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ସିଦ୍ଦରମେୟା

ବେଙ୍ଗାଲୁରୁ: ଆଜି ଶପଥ ଗ୍ରହଣ କରିବେ କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ସିଦ୍ଦରମେୟା। ଏହାସହ ଉପମୁଖ୍ୟମନ୍ତ୍ରୀ ଡି.କେ ଶିବକୁମାର ମଧ୍ୟ ଶପଥ ଗ୍ରହଣ କରିବେ। ଏହା ବ୍ୟତୀତ କ୍ୟାବିନେଟ ମନ୍ତ୍ରୀ ମଧ୍ୟ ଶପଥ ନେବେ।

ଏହି ଶପଥ ଗ୍ରହଣ ଉତ୍ସବ ଲାଗି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ନେତାମାନଙ୍କୁ ଆମନ୍ତ୍ରଣ କରିଛନ୍ତି। ଆଜି କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀଙ୍କ ସମେତ ବିରୋଧୀ ଦଳର ସମସ୍ତ ନେତାଙ୍କ ସାମ୍ନାରେ ୮ ଜଣ ବିଧାୟକ ମଧ୍ୟ ଶପଥ ଗ୍ରହଣ କରିବେ।

ଶନିବାର ବେଙ୍ଗାଲୁରୁର କାନ୍ତିବୀରା ଷ୍ଟାଡିୟମରେ ଶପଥଗ୍ରହଣ ସମାରୋହ ଆୟୋଜିତ ହେବ । ବେଙ୍ଗାଲୁରୁର କାନ୍ତିରବା ଷ୍ଟାଡିୟମରେ ହେବାକୁ ଥିବା ଭବ୍ୟ ସମାରୋହ ପାଇଁ ପ୍ରସ୍ତୁତି ଶେଷ ହୋଇଛି । 

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ