ଜୁଲାଇରେ ହୋଇପାରେ ଚନ୍ଦ୍ରୟାନ-୩ର ଉତକ୍ଷେପଣ


ବେଙ୍ଗାଲୁରୁ: ଜୁଲାଇରେ ହୋଇପାରେ ଚନ୍ଦ୍ରୟାନ-୩ର ଉତକ୍ଷେପଣ। ବେଙ୍ଗାଲୁରର ଇସ୍ରୋରେ ଚନ୍ଦ୍ରୟାନ-୩କୁ ନେଇ ଜୋରଦାର ପ୍ରସ୍ତୁତି ‌କରାଯାଇଛି। ପାଗ ଠିକ୍ ନରହିଲେ, ଉତକ୍ଷେପଣରେ ବିଳମ୍ବ ହୋଇପାରେ ବୋଲି ସୂଚନା ମିଳିଛି। ଚନ୍ଦ୍ରୟାନ-୩ ମିଶନରେ କେବଳ ଲ୍ୟାଣ୍ଡର ଓ ରୋଭର ପଠାଇବ ଇସ୍ରୋ।

ଏଥିରେ ଏକାଧିକ ସେନ୍ସର ଲଗାଯାଇଛି, ଯାହା ଲ୍ୟାଣ୍ଡିଂ ଓ ଅନ୍ୟାନ୍ୟ କାମରେ ସହାୟତା କରିବ। ଅବତରଣ ସମୟରେ ଉଚ୍ଚତା, ସ୍ଥାନ, ଗତି ଓ ପଥରରୁ ଲ୍ୟାଣ୍ଡରକୁ ରକ୍ଷା କରିବା ପାଇଁ ସେନ୍ସର୍ସ ସହାୟତା କରିବ। ଚନ୍ଦ୍ରୟାନ-୩ ଚନ୍ଦ୍ରପୃଷ୍ଠରେ ୭ କିଲୋମିଟର ଉଚ୍ଚତାରେ ଅବତରଣ କରିବ। ୨ କିଲୋମିଟର ଉଚ୍ଚତାରେ ପହଂଚିବା ପରେ ଏହାର ସେନ୍ସର ଆପେଆପେ କାମ କରିବ। ସେନ୍ସର୍ସ ଅନୁସାରେ, ଲ୍ୟାଣ୍ଡର ତା’ର ଗତି ଓ ଲ୍ୟାଣ୍ଡିଂ ସାଇଟ୍‌ର ନିର୍ଦ୍ଧାରଣ କରିବ। ତେବେ ଚନ୍ଦ୍ରୟାନ-୨ରେ ହୋଇଥିବା ଭୁଲର ପୁନରାବୃତ୍ତି ନ ହେବା ଲାଗି ଚନ୍ଦ୍ରୟାନ-୩ରେ ଲ୍ୟାଣ୍ଡିଂ ଟେକ୍‌ନିକ୍‌ରେ ପରିବର୍ତ୍ତନ କରାଯାଇଥିବା କୁହାଯାଇଛି।