କାଶୀନଗର ପୋଲିସ ଦ୍ୱାରା ସେକ୍ସ ରକେଟ ଠାବ, ଦୁଇ ମହିଳାଙ୍କ ସହ ଜଣେ ଗ୍ରାହକଙ୍କୁ ଧରିଲା ପୋଲିସ
ପାରଳାଖେମୁଣ୍ଡି'(ଗରୁଡ ଧ୍ୱଜ ଚୌଧୁରୀ)ଗଜପତି କାଶୀନଗର ପୋଲିସକୁ ଏକ ସଫଳତା ମିଳିଛି | କାଶୀନଗର ବ୍ଲକ କଲୋନୀ ଅଂଚଳରେ ଏକ ଦୁଇ ମହଲା କୋଠାରେ ଦେହ ବ୍ୟବସାୟ ଚାଲୁଥିବା ନେଇ କାଶୀନଗର ପୋଲିସ ପାଖରେ ଖବର ରହିଥିଲା | ଏଥି ଅନୁଯାୟୀ କାଶୀନଗର ପୋଲିସ ଅଧିକାରୀ ଆଲୋକ ଜଗଦଲଙ୍କ ନେତୃତ୍ୱରେ ଏକ ପୋଲିସଟିମ ଗତକାଲି ରାତିରେ ଏହି ଦୁଇ ମହଲା କୋଠାକୁ ଚଢ଼ାଉ କରି ଦୁଇ ଜଣ ଦେହଜିବୀଙ୍କ ସହ ଜଣେ ଗ୍ରାହକଙ୍କୁ ପୋଲିସ କବ୍ଜା କରିଛି | ଦୁଇ ସାନ୍ଦିଗ୍ଧ ମହିଳାଙ୍କୁ ଡାକ୍ତରୀ ମାଇନା ପରେ ତାଙ୍କ ପରିବାରକୁ ହସ୍ତାନ୍ତର କରାଯିବ ବୋଲି ଥାନା ଅଧିକାରୀ ସୁନୀଲ ବେହେରା କହିଛନ୍ତି | ଏହି ଘଟଣାରେ ଧରା ପଡ଼ିଥିବା ଚିପୁରୁ ବାସୁଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ମଧ୍ୟ ସେ କହିଛନ୍ତି | ଏହି କାରବାର କରି ଆସୁଥିବା ଘର ମାଲିକ ଦିନେଶ ନାୟକଙ୍କୁ ପୋଲିସ ଅଟକ ରଖି ଅଧିକ ତଦନ୍ତ କରୁଛି. କାଶୀନଗର ପୋଲିସ କେଶ ନମ୍ବର 173/25 ଇମୋରାଲ ଟ୍ରାଫିକିଙ୍ଗ ଓ ପ୍ରିବେନ୍ସନ ଧାରା 1956 ର ଧାରା 3,4,5,6,7 ଅନୁଯାୟୀ କେଶ ରୁଜୁ ହୋଇଛି | ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ପୋଲିସ କହିଛି | ଦୀର୍ଘ ଦିନ ହେଲା ଏହି କୋଠାକୁ ରଙ୍ଗଶାଳା ଭାବେ ବ୍ୟବହାର ହେଉଥିବା ପୋଲିସର ସ୍କେନାରରେ ରହିଥିଲା | କାଶୀନଗର ସହର ଓ ବ୍ଲକରେ ଏହା ପ୍ରଥମ ଘଟଣା.

