Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଜେଡି ପ୍ରତି ବିଶ୍ୱାସ ଜାହିର କଲେ ସୁନାବେଡାର ଜନଜାତି ଓ ଜଙ୍ଗଲ ଅଧିବାସୀ ଭୋଟର

ନୂଆପଡା: ବିକାଶର ନାରା ଦେଇ ସୁନବେଡ଼ା ସଂରକ୍ଷିତ ବନାଞ୍ଚଳରେ ରହୁଥିବା ଗ୍ରାମବାସୀଙ୍କ ବିଶ୍ୱାସ ଜିଣିଛି ବିଜୁ ଜନତା ଦଳ । ବିଜେଡି ସରକାର ଅମଳରେ ହୋଇଥିବା ଉନ୍ନୟନମୂଳକ କାମ ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପ୍ରତି ଅତୁଟ ଆସ୍ଥା ଓ ବିଶ୍ୱାସ ପ୍ରକଟ କରିଛନ୍ତି ଗ୍ରାମବାସୀ । ସଭାରେ ଉପସ୍ଥିତ ଜନଜାତି, ପଛୁଆ ବର୍ଗ, ଯୁବ, ମହିଳା ଏବଂ ଶ୍ରମିକ ସମାଜର ଲୋକମାନେ ବିଜେଡି ପ୍ରାର୍ଥିନୀ ସ୍ନେହାଙ୍ଗିନୀ ଛୁରିଆଙ୍କ ସପକ୍ଷରେ ସମର୍ଥନ ପ୍ରକାଶ କରିଥିଲେ । ଆଜି ବିଜେଡିର ପ୍ରଚାର ଅଭିଯାନକ୍ରମେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ଓ ବିଜେଡିର ବରିଷ୍ଠ ସାଧାରଣ ସମ୍ପାଦିକା ଡ଼ ଲେଖାଶ୍ରୀ ସାମନ୍ତସିଂହାର, ଶବର ସମାଜ ଅଧ୍ୟକ୍ଷ ତେଜରାଜ ଶବର ଉପସ୍ଥିତ ରହି ବିଜେଡି ସପକ୍ଷରେ ମତଦାନ ପାଇଁ ନିବେଦନ କରିଥିଲେ ।
ଶ୍ରୀମତୀ ସାମନ୍ତସିଂହାର କହିଥିଲେ, ଆମ କାମ କଥା କହେ । ଆମେ ଶାନ୍ତି, ସମ୍ମାନ ଓ ମଣିଷ ପ୍ରତି ସେବାର ରାଜନୀତି କରୁ । ତେଣୁ ୧୧ ତାରିଖରେ ବିଜେଡି ପ୍ରାର୍ଥିନୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେଇ ଜୟଯୁକ୍ତ କରିବାକୁ ନିବେଦନ କରିଥିଲେ । ଶ୍ରୀ ବିଶି କହିଥିଲେ, ପବିତ୍ର ସୁନାଦେଇ ମନ୍ଦିରର ସୌନ୍ଦର୍ଯ୍ୟକରଣ, ବରକୋଟରୁ ସୁନାଦେଇ ମନ୍ଦିର ପର୍ଯ୍ୟନ୍ତ ପିଚୁ ରାସ୍ତା ନିର୍ମାଣ, ମିଶନଶକ୍ତି ଦ୍ୱାରା ମହିଳାଙ୍କୁ ସ୍ୱାବଲମ୍ବୀ, ପ୍ରତ୍ୟେକ ଗାଁକୁ ପାନୀୟଜଳ ଯୋଗାଣ, ସ୍ୱାସ୍ଥ୍ୟ ସୁବିଧା ଓ ଜଙ୍ଗଲ ଆଧାରିତ ଜୀବିକାର ସୁରକ୍ଷା, ଭୁଞ୍ଜିଆ ଓ ଚକୋଟିଆ ଭୁଞ୍ଜିଆ ଉନ୍ନତି ପାଇଁ ଯୋଜନା ଦ୍ୱାରା ଶିଶୁଙ୍କ ଶିକ୍ଷା, ପୋଷଣ, ଘର ନିର୍ମାଣ ସହାୟତା, ସଂସ୍କୃତି ସୁରକ୍ଷା ଓ ଜୀବିକା ବିକାଶରେ ପରିବର୍ତ୍ତନ କେବଳ ନବୀନ ବାବୁଙ୍କ ପାଇଁ ସମ୍ଭବ ହୋଇଛି ।
ସଭାରେ ସମବେତ ଶତାଧିକ ଲୋକ ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ବିକାଶମୂଳକ ଯୋଜନା ପାଇଁ ହୃଦୟରୁ କୃତଜ୍ଞତା ଜ୍ଞାପନ କରିଥିଲେ । ବିଜେଡି ନେତୃବୃନ୍ଦ କହିଥିଲେ ଯେ, ବର୍ତ୍ତମାନର ବିଜେପି ସରକାର ସବୁ ଜନହିତକର ଯୋଜନାକୁ ବନ୍ଦ କରୁଛି । ରାଜନୀତି ପାଇଁ ବିକାଶକୁ ଅଟକାଇଛନ୍ତି ରାଜ୍ୟ ସରକାର । ଆବାସ ଟଙ୍କା କମାଇ ଦେଲେ, ମନରେଗା ଯୋଜନାରେ କାର୍ଯ୍ୟ ଦିବସ ଓ ମଜୁରୀ ହ୍ରାସ କଲେ । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଭଳି ଭଲ ଯୋଜନାକୁ ବନ୍ଦ କରିଦେଲେ । ଆଦିବାସୀ ଛାତ୍ରଛାତ୍ରୀଙ୍କ ପାଇଁ ଅନ୍ୱେଷା ଯୋଜନାରେ ନାମଲେଖା ବନ୍ଦ, ଷ୍ଟାଇପେଣ୍ଡ୍ ବନ୍ଦ, ସ୍ୱତନ୍ତ୍ର ଆଦିବାସୀ ଉନ୍ନୟନ ପରିଷଦ ବନ୍ଦ, ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ବନ୍ଦ କରିଛନ୍ତି । ଚାଷୀ ସାର ପାଉନି, କଟନୀ ଛଟନୀ କମିବା ବଦଳରେ ବଢ଼ିଯାଇଛି । ଏ ସରକାରଙ୍କ ଗରିବ, ମହିଳା, ଚାଷୀ ବିରୋଧୀ କାର୍ଯ୍ୟକୁ ବିଜେଡି ଘୋର ନିନ୍ଦା କରିବା ସହିତ ପୁଣିଥରେ ନବୀନ ବାବୁଙ୍କ ହାତମୁଠାକୁ ଟାଣ କରିବା ପାଇଁ କହିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ