Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନା ଟି-ସାର୍ଟ, ଜିନ୍ସ ଏବଂ ନା ଲେଗିନ୍ସ, ଆସାମର ଶିକ୍ଷକଙ୍କ ପାଇଁ ନୂତନ ଡ୍ରେସ୍ କୋଡ୍ ଲାଗୁ

ବେଙ୍ଗାଲୁରୁ: ଆସାମ ସରକାର ସ୍କୁଲ ଶିକ୍ଷକଙ୍କ ପାଇଁ ଏକ ଡ୍ରେସ୍ କୋଡ୍ ଜାରି କରିଛନ୍ତି। ଏବେ ଶିକ୍ଷକ ଏବଂ ଶିକ୍ଷୟିତ୍ରୀ ମାନଙ୍କୁ ସାଦା ପୋଷାକ ପିନ୍ଧି ସ୍କୁଲ ଯିବାକୁ ପଡ଼ିବ। ଜାରି ବିଜ୍ଞପ୍ତି ଅନୁଯାୟୀ, ମହିଳା ଶିକ୍ଷକ ଜିନ୍ସ, ଟି ସାର୍ଟ କିମ୍ବା ଲେଗିନ୍ସ ପିନ୍ଧି ସ୍କୁଲ୍ ଆସି ପାରିବେ ନାହିଁ। ସେହିପରି ପୁରୁଷ ଶିକ୍ଷକଙ୍କ ପାଇଁ ସାଦା ସାର୍ଟ ଏବଂ ପ୍ୟାଣ୍ଟ ବାଧ୍ୟତାମୂଳକ କରାଯାଇଛି।

ବିଜ୍ଞପ୍ତିରେ କୁହାଯାଇଛି ଯେ, କିଛି ଶିକ୍ଷକଙ୍କୁ ନିଜ ପସନ୍ଦର ପୋଷାକ ପିନ୍ଧି ସ୍କୁଲ୍ ଆସିବାର ଅଭ୍ୟାସ୍ ଥିଲା। ଶିକ୍ଷା ମନ୍ତ୍ରୀ କହିଛନ୍ତି, ଶିକ୍ଷକମାନଙ୍କୁ ଏବେ ଶାଳୀନତାର ଉଦାହରଣ ସୃଷ୍ଟି କରିବାର ଅଛି। ଏଥିପାଇଁ ଡ୍ରେସ୍ କୋଡ୍ ପାଳନ କରାଯିବାର ଆବଶ୍ୟକତା ରହିଛି। ଯାହା ଫଳରେ କାର୍ଯ୍ୟସ୍ଥଳର ମର୍ଯ୍ୟାଦା, ଶାଳୀନତା ଏବଂ ବ୍ୟବସ୍ଥା ବଜାୟ ରହି ପାରିବ।

ନୂତନ ଡ୍ରେସ୍ କୋଡ୍ ଅନୁଯାୟୀ, ପୁରୁଷ ଏବଂ ମହିଳା ଶିକ୍ଷକଙ୍କୁ ସ୍ଵଚ୍ଛ, ବିନମ୍ର ଏବଂ ସଭ୍ୟ ପୋଷାକ ପିନ୍ଧିବା ଉଚିତ୍, ଯାହା ଆକର୍ଷକ ଦେଖା ଯାଉନଥିବ। ଅନ୍ୟ ପୋଷାକ ପରିଧାନଠୁ ନିବୃତ୍ତ ରହିବାକୁ ପଡ଼ିବ। ଶନିବାର ଟୁଇଟ୍ କରି ଶିକ୍ଷା ମନ୍ତ୍ରୀ ରାନୋଜ ପେଗୁ ଏହି ସୂଚନା ଦେଇଛନ୍ତି।

More Stories