Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଡକାୟତି ସନ୍ଦେହରେ ଗାଁରେ ପଶିଥିବା ୪ ଦୁର୍ବୃତ୍ତଙ୍କୁ ଅଟକାଇବାରୁ ଅଘଟଣ; ୩ ଗ୍ରାମବାସୀ ଆହତ

ନୟାଗଡ;୧୨|୧୧: ଡକାୟତି ଉଦ୍ୟମ ବିଫଳ ହେବାରୁ କଲେ ବୋମାମାଡ଼। ଆହତ ହୋଇଥିବା ୩ ଗ୍ରାମବାସୀଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ନୟାଗଡ଼ ଟାଉନ ଥାନା ସୋଲପଟା ଗାଁରେ ଏହି ଘଟଣା ଘଟିଛି। ଗତକାଲି ବିଳମ୍ବିତ ରାତିରେ ୨ଟି ମୋଟର ସାଇକେଲ୍‌ରେ ଆସି ଡକାୟତି ଉଦ୍ୟମ କରିଥିଲେ ଦୁବୃର୍ତ୍ତ। ଏହି କାଣ୍ଡରେ ମୋଟ ୪ ଜଣ ଦୁର୍ବୃତ୍ତ ସମ୍ପୃକ୍ତ ଥିଲେ। ଲୁଟ୍ ଉଦ୍ଦେଶ୍ୟରେ ଭାଟସାହି ଗାଁ ଭିତରକୁ ଆସିଥିଲେ ।

ଗାଁ ଲୋକଙ୍କୁ ସନ୍ଦେହ ହେବାରୁ ସେମାନଙ୍କୁ ଅଟକାଇ ପ୍ରଶ୍ନ କରିଥିଲେ । ଏହାପରେ ସନ୍ଦେହ ହେବାରୁ ପରେ ସେମାନଙ୍କ ସହିତ ଯୁକ୍ତିତର୍କ ଓ ପାଟିତୁଣ୍ଡ ପର୍ଯ୍ୟନ୍ତ କଥା ପହଞ୍ଚିଥିଲା। ଏହାପରେ ସେହି ୪ ଦୁବୃର୍ତ୍ତ ଖସିବା ପାଇଁ ସମୟରେ ବୋମାମାଡ଼ କରିଥିଲେ । ଏହି ବୋମାମାଡ଼ରେ ୩ ଗ୍ରାମବାସୀ ଆହତ ହୋଇଥିବା ବେଳେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ତେବେ ସେହି ୪ ଦୁର୍ବୃତ୍ତଙ୍କ ମଧ୍ୟରୁ ଜଣକୁ ଧରି ପୁଲିସକୁ ଜିମା ଦେଇଥନ୍ତି ଗ୍ରାମବାସୀ । ଅନ୍ୟ ୩ ଜଣ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ