Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପାରଳାଖେମୁଣ୍ଡି ସ୍ଥିତ ମା’ ବନଦୁର୍ଗା ମନ୍ଦିର ଚୋରି ଘଟଣାରେ ଦୋଷୀ ସାବ୍ୟସ୍ତ ହେଲେ ଅଭିଯୁକ୍ତ

ପାରଳାଖେମୁଣ୍ଡି:୧୩/୧୧(ଗରୁଡ ଧ୍ୱଜ ଚୌଧୁରୀ) ସାଢ଼େ ଚାରିମାସରେ ଫଇସଲା କଲେ ଅଦାଲତ ଦିନକୁ ଦିନ ବିଭିନ୍ନ ମନ୍ଦିର ତଥା ଘରେ ଚୋରି ଖବର ଶୁଣିବାକୁ ମିଳୁଛି। ଏହା ମଧ୍ୟରେ ଏକ ଆଶ୍ୱସ୍ତିକର ଖବର ପାରଳାଖେମୁଣ୍ଡିସ୍ଥିତ ଜିଲ୍ଲା ଅଦାଲତରୁ ଆସିଛି। ଖବର ମୁତାବକ ତା ୨୪-୦୬-୨୦୨୫ରିଖରେ ପାରଳାଖେମୁଣ୍ଡିସ୍ଥିତ ମାଆ ବନଦୁର୍ଗା ମନ୍ଦିରରେ ହୋଇଥିବା ଚୋରି ଘଟଣାରେ ଅଭିଯୁକ୍ତଙ୍କୁ ସଜା ମିଳିଛି। ସୂଚନାଯୋଗ୍ୟ, ତା ୨୪-୦୬-୨୦୨୫ ରିଖ ଦିନ ୧୧ଟା ସମୟରେ ଯେତେବେଳେ ଏତଲାକାରି ପୂଜକ ମୁନା କାରୁଣ୍ୟ, ମନ୍ଦିରରେ ପୂଜା ସାରି ମନ୍ଦିର ଅଫିସରେ ଲୁଗା ବଦଳେଇବା ସମୟରେ ଅଫିସରେ ଲାଗିଥିବା ସିସିଟିଭିରେ ଦେଖିବାକୁ ପାଇଲେ ଯେ, କେହି ଜଣେ ମାଆ ବନଦୁର୍ଗାଙ୍କ ପିନ୍ଧିଥିବା ସୁନାଗହଣା ନିଜ ପକେଟରେ ଭର୍ତ୍ତି କରି ପଳେଇଯାଉଛି। ଏହା ଦେଖି ସେ ପାଟି କରିବାରୁ ସେଠାରେ ଲୋକମାନେ ଏକତ୍ରିତ ହୋଇ ଦୌଡ଼ି ପଳାଉଥିବା ଚୋରକୁ କାବୁ କରିନେଇଥିଲେ ଓ ପୋଲିସକୁ ଫୋନ କରି ଚୋରକୁ ହସ୍ତାନ୍ତର କରିଥିଲେ। ପରେ ଜଣାପଡିଥିଲା ଯେ, ଆସାମୀ ଜଣକ ସ୍ଥାନୀୟ ଜଙ୍ଗମ ସାହିର ପୋଲମହାନ୍ତି ପ୍ରସାଦ ରାଓ। ପରେ ଏତଲାକାରି ପୂଜକ ଏକ ମାମଲା ପାରଳାଖେମୁଣ୍ଡି ଥାନାରେ ମାମଲା ନମ୍ବର ୧୩୮ରେ ଉପରୋକ୍ତ ଅଭିଯୁକ୍ତଙ୍କ ନାମରେ ରୁଜୁ କରିଥିଲେ ଓ ସବ-ଇନ୍ସପେକ୍ଟର ଲକ୍ଷ୍ମଣ ବେଶ୍ରା ଉକ୍ତ ମାମଲାର ତଦନ୍ତ କରି ଆସାମୀଙ୍କୁ କୋର୍ଟ ଚାଲାଣ କରିଥିଲେ।୮ଜଣ ସାକ୍ଷୀଙ୍କ ବଳିଷ୍ଠ ବୟାନ ତଥା ପ୍ରମାଣକୁ ଭିତ୍ତି କରି ଏହି ମାମଲାର ଶୁଣାଣି କରି ଆଜି ମାନ୍ୟବର ଜେଏମ୍ଏଫସି (ଏଲ.ଆର. ଓ ଏଲ.ଟି.ଭି.) ସତ୍ୟଜିତ ପାଣି ଅଭିଯୁକ୍ତଙ୍କ ବୟସକୁ ନଜରରେ ରଖି ଭାରତୀୟ ନ୍ୟାୟ ସଂହିତାର ଧାରା ୩୦୫ (ମନ୍ଦିରରେ ପଶି ଚୋରି କରିବା)ରେ ୬ମାସର ସଜା ଓ ୫୦୦ଟଙ୍କାର ଜୋରିମାନା ତଥା ଧାରା ୩୩୧(୩) (ଲୁଚିଛପି ଘଟଣା ଘଟାଇବା) ରେ ୬ମାସର ସଜା ଓ ୫୦୦ଟଙ୍କା ଜୋରିମାନାରେ ଉକ୍ତ ଅଭିଯୁକ୍ତଙ୍କୁ ଦଣ୍ଡିତ କରିଛନ୍ତି। ସରକାରଙ୍କ ପକ୍ଷରୁ ଏପିପି ଏଲ. ସଞ୍ଜୟ ଏହି ମାମଲାର ସଫଳ ପରିଚାଳନା କରିଥିବାର ଖବର ଭାରପ୍ରାପ୍ତ କ୍ୟାଡ଼ର ପବ୍ଲିକ ପ୍ରସିକ୍ୟୁଟର ରାଜେଶ କୁମାର ମିଶ୍ର ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଏହି ମାମଲାରେ ତ୍ୱରିତ ବିଚାର କରାଯାଇ ମାତ୍ର ସାଢେ ଚାରିମାସରେ ଦୋଷୀକୁ ଦଣ୍ଡିତ କରାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories

10 ବର୍ଷର ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ, ଯୁବକ ଗିରଫପାରଳାଖେମୁଣ୍ଡି, 14/1 (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସହରରେ ଏକ ଲଜ୍ଜ୍ୟା ଜନକ ଘଟଣା ଘଟିଛି। ଜଣେ ଦଶ ବର୍ଷୀୟ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ କରି ଜଣେ ୩୫ ବର୍ଷୀୟ ଯୁବକ ଗିରଫ ହୋଇଥିବାର ଜଣାପଡିଛି। ସହରର ଜଙ୍ଗମ ସାହି ରେ ଏପରି ଲଜ୍ଜ୍ୟା ଘଟଣା ଘଟିଛି। ପାରଳାଖେମୁଣ୍ଡି ଆଦର୍ଶ ଥାନା ପୁଲିସ ସୂତ୍ରରୁ ପ୍ରକାଶ ଯେ, ସୋମବାର ଦିନ ନାବାଳିକାଙ୍କ ମାତା ପିତା ଉଭୟ ଦମ୍ପତି କାମକୁ ଯାଇଥିଲେ । ଏହି ସମୟରେ ଝିଅଟିଏ ଏକୁଟିଆ ରହି ଘରେ ଖେଳୁଥିଲା । ସେହି ସମୟରେ ପାଇଲୁ ରବି ନାମକ ଜଣେ ଯୁବକ ତାଙ୍କ ଘରେ ପ୍ରବେଶ କରିଥିଲେ। ନାବାଳିକା ଝିଅଟିକୁ ଏକୁଟିଆ ପାଇ ଅଭିଯୁକ୍ତ ଜଣକ ମନ୍ଦ ଉଦ୍ଦେଶ୍ୟ ରଖି ତାଙ୍କୁ ବଳପୂର୍ବକ ଦୁଷ୍କର୍ମ ଉଦ୍ୟମ କରିଥିଲେ ଏବଂ ତଳେ ଶୁଆଇ ଦେଇଥିଲେ। ଯେତେବେଳେ ନାବାଳିକା ଝିଅ ଚିତ୍କାର କଲେ, ଅଭିଯୁକ୍ତ ତାଙ୍କ ପାଟି ବନ୍ଦ କରିଦେଲେ। ଯେତେବେଳେ ପିଲାଟି ଖସିଯିବାକୁ ଚେଷ୍ଟା କଲା, ଅଭିଯୁକ୍ତ ତାଙ୍କ ପୋଷାକ ଚିରି ଦେଲେ ଏବଂ ବଳାତ୍କାର କରିବାକୁ ଚେଷ୍ଟା କଲେ। ତେବେ ପୀଡିତା ତାଙ୍କ କବଳରୁ କୌଣସି ମତେ ଖସି ଆସିବାରେ ସଫଳ ହେଲେ ଏବଂ ବାହାରେ ଥିବା କୂଅ ପାଖରେ ପଡ଼ିଗଲେ । ଚିତ୍କାର ଶୁଣି ପଡ଼ୋଶୀମାନେ ଏକାଠି ହୋଇ ଅଭିଯୁକ୍ତକୁ ଘର ଭିତରେହିଁ ଅଟକାଇ ଧରିଥିଲେ । ଏନେଇ ପାରଳାଖେମୁଣ୍ଡି ଆଦର୍ଶ ଥାନାରେ 6/26 ରେ ଏକ ମାମଲା ରୁଜୁ କରି POCSO ଆଇନର BNS R/w ଧାରା 8 ର ଧାରା 332(b)/75/76/65(2)/324(4)/62/351(2) ଅନୁଯାୟୀ ଗିରଫ କରି ଉଭୟଙ୍କୁ ଡାକ୍ତର ମୟାନା କରାଯାଇ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବାର ଥାନା ଅଧିକାରୀ ପ୍ରଶାନ୍ତ କୁମାର ଭୂପତି ସୁଚନା ଦେଇଛନ୍ତି ।