ଗଜପତି ଜିଲ୍ କୋର୍ଟ ପାରଳାଖେମୁଣ୍ଡି ସହରର ଜଣେ ସ୍ୱଚ୍ଛସାଥୀଙ୍କୁ ଅସଦାଚରଣ ମାମଲାର ବିଚାର କରି ଅଭିଯୁକ୍ତଙ୍କୁ ୧ବର୍ଷ ସଶ୍ରମ କାରାଦଣ୍ଡ ରାୟ ଶୁଣାଇଲେ
ପାରଳାଖେମୁଣ୍ଡି:୧୬/୧୧(ଗରୁଡ ଧ୍ୱଜ ଚୌଧୁରୀ) ଗଜପତି ଜିଲ୍ଲା ନ୍ୟାୟାଳୟ ପାରଳାଖେମୁଣ୍ଡି ସହରରେ କାର୍ଯ୍ୟରତ ଜଣେ ସ୍ୱଚ୍ଛସାଥୀଙ୍କୁ ଅସଦାଚରଣ କରିବା ମାମଲାର ବିଚାର କରି ଅଭିଯୁକ୍ତଙ୍କୁ ୧ବର୍ଷ ସଶ୍ରମ କାରାଦଣ୍ଡ ସଜାର ରାୟ ଶୁଣାଇଛନ୍ତି. ଏଠାରେ ସୂଚନାଯୋଗ୍ୟ, ତା ୦୬-୦୭-୨୦୨୧ ରିଖ ଦିନ ସକାଳ ୭ଟା ସମୟରେ ଜଣେ ସ୍ୱଚ୍ଛସାଥୀ ଏନ. ଗୀତା ଗାନ୍ଧିସ୍କୁଲ ନିକଟରେ ସଫେଇ କରୁଥିଲେ; ସେହି ସମୟରେ ଅଭିଯୁକ୍ତ ଡାମା ପନାଡୁ ପଛପଟୁ ଆସି ଏନ. ଗୀତାଙ୍କୁ ଅସଦାଚରଣ କରିବା ସହ ଠେଲାପେଲା ବି କରିଥିଲେ। ଯାହାକି ଗୀତାଙ୍କ ମାନସିକ ସନ୍ତୁଳନ ତଥା ସମ୍ମାନକୁ ଆଘାତ ପହଞ୍ଚାଇଥିଲା। ସୂଚନାଯୋଗ୍ୟ, ଏହି ଘଟଣା ପୂର୍ବରୁ ବହୁଥର ଉକ୍ତ ଅଭିଯୁକ୍ତ, ଗୀତାଙ୍କୁ ସବୁ ସ୍ଥାନରେ ପିଛା କରିବା ସହ ହଇରାଣ କରିବାର ଖବର ମଧ୍ୟ ଗୀତା ତାଙ୍କ ଏତଲାରେ ଉଲ୍ଲେଖ କରିଛନ୍ତି। ସେହିପରି ଉକ୍ତ ଅଭିଯୁକ୍ତ ଏତଲାକାରିଣୀଙ୍କ ଇଚ୍ଛା ବିରୁଦ୍ଧରେ ତାଙ୍କୁ ତାଙ୍କ ସହ ରହିବା ପାଇଁ ଜୋର ଜବରଦସ୍ତ କରିବା ସହ କର୍ମସ୍ଥଳୀରେ ମଧ୍ଯ ହଇରାଣ କରିବାକୁ ପଛାଉନଥିଲେ। ତେଣୁ ଶେଷରେ ଅତିଷ୍ଠ ହୋଇ ସ୍ୱଚ୍ଛସାଥୀ ଏନ. ଗୀତା ପାରଳାଖେମୁଣ୍ଡି ଥାନାରେ ମାମଲା ନମ୍ବର ୧୪୦ ରେ ଏକ ମାମଲା ଉକ୍ତ ଅଭିଯୁକ୍ତଙ୍କ ବିରୁଦ୍ଧରେ ରୁଜୁ କରିଥିଲେ ଓ ତତ୍କାଳୀନ ସବ ଇନ୍ସପେକ୍ଟର ପିଙ୍କି କୁମାରୀ ମୁର୍ମୁ ଉକ୍ତ ମାମଲାର ତଦନ୍ତ କରି ଉକ୍ତ ଆସାମୀଙ୍କୁ କୋର୍ଟ ଚାଲାଣ କରିଥିଲେ। ଏହି ସମ୍ବେଦନଶୀଳ ମାମଲାର ଶୁଣାଣି କରି ମାନ୍ୟବର ସିଜେଏମ୍ ତଥା ଆସିଷ୍ଟାଣ୍ଟ ସେସନ ଜଜ ଶ୍ରୀ ନରୋତ୍ତମ ସେଠୀ ଭାରତୀୟ ପିଙ୍ଗଳ କୋଡ଼ର ଧାରା ୩୫୪, ୩୫୪କ ଏବଂ ୩୫୪ଘ ରେ ଉକ୍ତ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ସମସ୍ତ ଧାରାରେ ଅଲଗା ଅଲଗା ଭାବେ ୧ବର୍ଷ ସଶ୍ରମ କାରାଦଣ୍ଡ ଓ ୫ହଜାର ଟଙ୍କା ଜୋରିମାନାରେ ଦଣ୍ଡିତ କରିଛନ୍ତି। ଜୋରିମାନା ଅନାଦେୟ ଅଧିକ ୧ମାସ ସଶ୍ରମ କାରାଦଣ୍ଡ ଭୋଗ କରିବା ନିମନ୍ତେ ବିଚାରପତି ନିଜର ରାୟରେ ଉଲ୍ଲେଖ କରିଛନ୍ତି। ସରକାରଙ୍କ ପକ୍ଷରୁ ଏପିପି ଶ୍ରୀ ଆର. ଉଦୟ ଚନ୍ଦ୍ର ରାଓ ଏହି ମାମଲାର ସଫଳ ପରିଚାଳନା କରିଥିବାର ଖବର ଭାରପ୍ରାପ୍ତ କ୍ୟାଡ଼ର ପବ୍ଲିକ ପ୍ରସିକ୍ୟୁଟର ରାଜେଶ କୁମାର ମିଶ୍ର ସୂଚନା ଦେଇଛନ୍ତି।

