Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

କାଲିଠୁ ଆରମ୍ଭ ୨୦୦୦ ଟଙ୍କିଆ ନୋଟ୍ ବଦଳ ପ୍ରକ୍ରିୟା; ବ୍ୟାଙ୍କ ପାଇଁ ଜାରି ହେଲା ଗାଇଡଲାଇନ୍‌

ନୂଆଦିଲ୍ଲୀ: ଆରବିଆଇ ୨୦୦୦ ଟଙ୍କିଆ ନୋଟ୍‌ ଅଚଳ ଘୋଷଣା ପରେ ଚିନ୍ତାରେ ପଡ଼ିଯାଇଛନ୍ତି ବ୍ୟବସାୟୀଠୁ ଗ୍ରାହକ। ଏହି ୨୦୦୦ ଟଙ୍କିଆ ନୋଟ ବଦଳେଇବା ଲାଗି ୩୦ ସେପ୍ଟେମ୍ବର ପର୍ଯ୍ୟନ୍ତ ସମୟ ଥିବା କିଛି ଆରବିଆଇ। ଆସନ୍ତାକାଲିଠୁ ବ୍ୟାଙ୍କରେ ୨ ହଜାର ଟଙ୍କିଆ ନୋଟକୁ ବଦଳାଇବା ପ୍ରକ୍ରିୟା ଆରମ୍ଭ ହେବ ବୋଲି ଆରବିଆଇ ପକ୍ଷରୁ ସୂଚନା ମିଳିଛି । ଏହାପୂର୍ବରୁ ନୋଟକୁ ନେଇ ଦେଖାଦେଇଥିବା ଦ୍ୱନ୍ଦ୍ୱ ଦୂର କରିଛନ୍ତି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ।

ବ୍ୟାଙ୍କ ଗୁଡିକରେ ନୋଟ୍ ବଦଳାଇବାକୁ ଏଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ ଆରବିଆଇ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ସେପ୍ଟେମ୍ବର ୩୦ ପରେ ୨ ହଜାର ଟଙ୍କିଆ ନୋଟ୍ ବୈଧ ରହିବ ବୋଲି ମଧ୍ୟ ସେ କହିଛନ୍ତି । ନୋଟ୍ ବଦଳାଇବା ବେଳେ କୌଣସି ତଥ୍ୟ ଦେବାକୁ ପଡିବ ନାହିଁ କିନ୍ତୁ ୫୦ ହଜାର ଟଙ୍କାରୁ ଅଧିକ ୨ ହଜାର ଟଙ୍କିଆ ନୋଟ୍ ବଦଳାଇଲେ ତଥ୍ୟ ଦେବାକୁ ହେବ ବୋଲି ଗଭର୍ଣ୍ଣର କହିଛନ୍ତି ।

ତେବେ ଏହାରି ଭିତରେ ଯେଉଁମାନଙ୍କ ପାଖରେ ୨୦୦୦ ଟଙ୍କିଆ ନୋଟ ଅଛି ସେମାନେ ସେହି ଟଙ୍କାରେ ସୁନା କିଣୁଥିବା ଦେଖିବାକୁ ମିଳିଛି। ବଡ଼ ବଡ଼ ସହରରେ ଏହାକୁ ଦୃଷ୍ଟିରେ ରଖି ସୁନାର ଚାହିଦା ମଧ୍ୟ ବଢୁଥିବା ଦେଖିବାକୁ ମିଳିଛି। ନଭେମ୍ବର ୨୦୧୬ ରେ ବିମୁଦ୍ରୀକରଣ ସମୟରେ ୨୦୦୦ ଟଙ୍କିଆ ନୋଟ୍ ପ୍ରଚଳନ କରାଯାଇଥିଲା। ସେହି ସମୟରେ ପୁରୁଣା ୫୦୦ ଏବଂ ୧୦୦୦ ଟଙ୍କା ନୋଟ୍ ପ୍ରତ୍ୟାହାର କରାଯାଇଥିଲା।