Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କ’ଣ ପୁଣି ଥରେ ବଜାରକୁ ଆସିବ ୧୦୦୦ ଟଙ୍କିଆ ନୋଟ୍ ? ଜବାବ ଦେଲେ RBI ଗଭର୍ଣ୍ଣର, କହିଲେ…

ନୂଆଦିଲ୍ଲୀ: ୨୦୦୦ ଟଙ୍କିଆ ନୋଟକୁ ପ୍ରତ୍ୟାହାର କରି ନିଆଯିବା ପରର ପ୍ରଭାବକୁ କମ କରିବା ପାଇଁ ୧୦୦୦ ଟଙ୍କିଆ ନୋଟ୍ ପୁନର୍ବାର ଲଞ୍ଚ କରାଯିବାର କୌଣସି ଯୋଜନା ନାହିଁ। ସୋମବାର ଏହାର ସୂଚନା ଦେଇଛନ୍ତି ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ(ଆରବିଆଇ)ର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ। ସେ କହିଛନ୍ତି ୨୦୦୦ ଟଙ୍କିଆ ନୋଟ୍ ବଦଳାଇବା ପାଇଁ ସମସ୍ତ ବ୍ୟାଙ୍କ ପ୍ରସ୍ତୁତ। ବ୍ୟାଙ୍କଗୁଡ଼ିକୁ ସବୁ ପ୍ରକାରର ଜରୁରୀ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ନୋଟ୍ ବଦଳାଇବା ପାଇଁ ୪ ମାସର ସମୟ ଦିଆଯାଇଛି। ତେଣୁ ତରବରିଆ ହେବାର କୌଣସି ଆବଶ୍ୟକତା ନାହିଁ। ଆରାମରେ ଆପଣ ନୋଟ୍ ବଦଳାଇ ପାରିବେ ବୋଲି ଲୋକଙ୍କୁ ଅପିଲ୍ କରିଛନ୍ତି ଆରବିଆଇ ଗଭର୍ଣ୍ଣର।

ଆରବିଆଇ ଗଭର୍ଣ୍ଣର କହିଛନ୍ତି, ଆମର ଉଦ୍ଦେଶ୍ୟ ପୂରା ହୋଇଛି। ଆଜି ସର୍କୁଲେସନରେ ଅନ୍ୟ ନୋଟ୍ ପର୍ଯ୍ୟାପ୍ତ ଅଛି। ଏପରିକି ପ୍ରଚଳନରେ ୨୦୦୦ ଟଙ୍କିଆ ନୋଟ୍ ମଧ୍ୟ ରହିଛି। ଏହି ନୋଟ୍ ୬ ଲକ୍ଷ ୭୩ ହଜାର କୋଟି ନିଜର ସର୍ବୋଚ୍ଚ ସ୍ତରରୁ ଖସି ୩ ଲକ୍ଷ ୬୨ ହଜାର କୋଟିରେ ରହିଛି। ଛପେଇ ମଧ୍ୟ ବନ୍ଦ କରାଯାଇଛି। ଜନତାଙ୍କୁ କାଉଣ୍ଟରରେ ୨୦୦୦ ଟଙ୍କିଆ ନୋଟ୍ ବଦଳାଇବାର ସମସ୍ତ ସୁବିଧା ପ୍ରଦାନ କରାଯିବ। ଏଥିପାଇଁ କୌଣସି ପ୍ରକାରର କାଗଜପତ୍ର ଲାଗିବ ନାହିଁ। ମେ ୨୩ରୁ କୌଣସି ବି ବ୍ୟାଙ୍କରେ ଗୋଟିଏ ସମୟରେ ୨୦ ହଜାର ଟଙ୍କା ବଦଳା ଯାଇ ପାରିବ।

ଶକ୍ତିକାନ୍ତ ଦାସ ଆଶା ରଖିଛନ୍ତି ଯେ, ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା ଅଧିକାଂଶ ୨୦୦୦ ଟଙ୍କିଆ ନୋଟ୍ ଫେରି ଆସିବ। ସେ ସ୍ପଷ୍ଟ କରିଛନ୍ତି ଯେ, ୨୦୦୦ ଟଙ୍କିଆ ନୋଟର ଆଇନଗତ ବୈଧତା ବଜାୟ ରହିବ। ଏହି ନୋଟକୁ ପ୍ରଚଳନରୁ ହଟାଇବା ନିଷ୍ପତ୍ତିରେ ଅର୍ଥବ୍ୟବସ୍ଥା ଉପରେ ଏହାର ବହୁତ କମ ପ୍ରଭାବ ପଡ଼ିବ। ବର୍ତ୍ତମାନ ବଜାରରେ ପ୍ରଚଳନରେ ଥିବା ମୁଦ୍ରାରେ ୨୦୦୦ ଟଙ୍କିଆ ନୋଟର ଅଂଶ ମାତ୍ର ୧୦.୮ ପ୍ରତିଶତ ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ