Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବ୍ରିଜଭୂଷଣଙ୍କ ଚ୍ୟାଲେଞ୍ଜ ମଞ୍ଜୁର, ନାର୍କୋ ଟେଷ୍ଟ ପାଇଁ ପ୍ରସ୍ତୁତ ମହିଳା ପହିଲମାନ

ନୂଆଦିଲ୍ଲୀ: ଦିଲ୍ଲୀର ଜନ୍ତର ମନ୍ତରରେ ଧାରଣାରେ ବସିଥିବା ପହିଲମାନମାନେ ଯୌନ ଉତ୍ପୀଡ଼ନର ଅଭିଯୁକ୍ତ ବ୍ରିଜଭୂଷଣ ସିଂଙ୍କ ଚ୍ୟାଲେଞ୍ଜ ସ୍ଵୀକାର କରିଛନ୍ତି। ବ୍ରିଜଭୂଷଣ ପହିଲମାନଙ୍କୁ ନାର୍କୋ ଟେଷ୍ଟ କରାଇବାକୁ ଚ୍ୟାଲେଞ୍ଜ କରିଥିଲେ। ଏହାକୁ ନେଇ ଧାରଣାରେ ବସିଥିବା ବଜରଙ୍ଗ ପୁନିଆଙ୍କ ବୟାନ ସାମ୍ନାକୁ ଆସିଛି। ବଜରଙ୍ଗ ପୁନିଆ କହିଛନ୍ତି, ତାଙ୍କୁ ବ୍ରିଜଭୂଷଣ ଶରଣ ସିଂଙ୍କ ଚ୍ୟାଲେଞ୍ଜ ମଞ୍ଜୁର। କୁସ୍ତିରେ ବଡ଼ ବଡ଼ ପହିଲମାନଙ୍କୁ ମାତ୍ ଦେଇଥିବା ବଜରଙ୍ଗ ପୁନିଆ କହିଛନ୍ତି, ମୁଁ ନାର୍କୋ ଟେଷ୍ଟ ପାଇଁ ପ୍ରସ୍ତୁତ। ମହିଳା ପହିଲମାନମାନେ ମଧ୍ୟ ନାର୍କୋ ଟେଷ୍ଟ କରାଇବାକୁ ପ୍ରସ୍ତୁତ। ମୁଖ୍ୟ କୋଚଙ୍କ ମଧ୍ୟ ନାର୍କୋ ଟେଷ୍ଟ କରାଯାଉ।

ବଜରଙ୍ଗ ପୁନିଆ କହିଛନ୍ତି, ନାର୍କୋ ଟେଷ୍ଟ ସୁପ୍ରିମକୋର୍ଟଙ୍କ ନୀରିକ୍ଷଣରେ କରାଯାଉ। ଆମେ ସମସ୍ତେ ନାର୍କୋ ଟେଷ୍ଟ କରାଇବାକୁ ପ୍ରସ୍ତୁତ। ତାରକା ମହିଳା ପହିଲମାନ ଭିନେଶ ଫୋଗାଟ୍ କହିଛନ୍ତି, ଯେତେ ବି ମହିଳା ରେସଲର ଅଛନ୍ତି, ସେମାନେ ସମସ୍ତେ ନାର୍କୋ ଟେଷ୍ଟ ପାଇଁ ପ୍ରସ୍ତୁତ। ଏହାର ଲାଇଭ୍ ହେବା ଉଚିତ୍, ଯଦ୍ଵାରା ଆପଣମାନେ ସମସ୍ତେ ଜାଣି ପାରିବେ ଯେ, ଦେଶର ଝିଅମାନଙ୍କ ସହ କେମିତି ବ୍ୟବହାର କରାଯାଇଛି।

ଅନ୍ୟପଟେ ପଦକ ବିଜେତା ପହିଲମାନ ସାକ୍ଷୀ ମଲିକ୍ କହିଛନ୍ତି, ଆମେ ମାର୍ଚ୍ଚ ୨୩ରେ ଇଣ୍ଡିଆ ଗେଟ୍ ପର୍ଯ୍ୟନ୍ତ କ୍ୟାଣ୍ଡେଲ ଶୋଭାଯାତ୍ରା ବାହାର କରିବୁ। ଏହି ଶୋଭାଯାତ୍ରା ସନ୍ଧ୍ୟା ୫ଟା ଯାଏ ଚାଲିବ। ଯେ କୌଣସି ବ୍ୟକ୍ତି ଏଠାକୁ ଆସି ହଙ୍ଗାମା କରିବେ କିମ୍ବା କିଛି ଭୁଲ୍ କରିବେ ଏଥିପାଇଁ ଦାୟୀ ସେମାନେ ନିଜେ ହେବେ। ଇଣ୍ଡିଆ ଗେଟ୍ ଆମ ସହିଦଙ୍କ ସ୍ଥାନ। ଏଥିପାଇଁ ଆମେ ସେଠାରେ ନିଜର ମର‌୍ୟ୍ୟାଦାରେ ରହି କ୍ୟାଣ୍ଡେଲ ଶୋଭାଯାତ୍ରା ବାହାର କରିବୁ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ