ଆଜି କଳିଙ୍ଗ ଷ୍ଟାଡିୟମରେ ମେଗା ନିଯୁକ୍ତି ମେଳା; ୭ ହଜାରରୁ ଅଧିକ ଯୁବକ ଯୁବତୀଙ୍କୁ ନିଯୁକ୍ତିପତ୍ର ବାଣ୍ଟିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୨୫|୧୧: ମଙ୍ଗଳବାର କଳିଙ୍ଗ ଷ୍ଟାଡିୟମ ଠାରେ ମେଗା ନିଯୁକ୍ତି ମେଳା ଅନୁଷ୍ଠିତ ହେବ| ପ୍ରାୟ ୭ ହଜାରରୁ ଅଧିକ ଯୁବକଯୁବତୀଙ୍କୁ ନିଯୁକ୍ତି ଦିଆଯିବାର ସୂଚନା ରହିଛି। ନିଯୁକ୍ତି ମେଳାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନିଯୁକ୍ତିପତ୍ର ଯୁବକ ଯୁବତୀଙ୍କୁ ବାଣ୍ଟିବେ|ଗୃହ ବିଭାଗରେ ୨୩୫୦ ଜଣଙ୍କୁ ବଣ୍ଟାଯିବ ନିଯୁକ୍ତି ପତ୍ର।
ସେହିପରି ବିଦ୍ୟାଳୟ ଓ ଗଣଶିକ୍ଷା ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗରେ ୨୭୫୦ ଜଣ, ଜଙ୍ଗଲ ଓ ପରିବେଶ ବିଭାଗରେ ୧୭୫୦, ସୂଚନା ଓ ଲୋକସଂପର୍କ ବିଭାଗରେ ୩୯, ଉଚ୍ଚଶିକ୍ଷା ବିଭାଗରେ ୭୪, ଜଳ ସଂପଦ ୩୬, ଶ୍ରମ ୧୫, ଇସ୍ପାତ ଓ ଖଣି ୧୪, ବାଣିଜ୍ୟ ଓ ପରିବହନ ୧୪, ମତ୍ସ୍ୟ ସଂପଦ ୨୭ ଓ ଯୋଜନା ଓ ସଂଯୋଜନ ବିଭାଗରେ ୮ ଜଣଙ୍କୁ ନିଯୁକ୍ତି ଦିଆଯିବାର ସୂଚନା ରହିଛି। କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ଓ ଏଜିରେ ନିଯୁକ୍ତି ପତ୍ର ବଣ୍ଟନ କରାଯାଇପାରେ ବୋଲି କୁହାଯାଉଛି।

