Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପାରଳାଖେମୁଣ୍ଡି ଶ୍ରୀଜଗନ୍ନାଥଙ୍କ ନୂତନ ମନ୍ଦିର ନିର୍ମାଣ ପାଇଁ ଭକ୍ତଙ୍କ ୨ ଲକ୍ଷ ଟଙ୍କା ଦାନ ପ୍ରଦାନ

ପାରଳାଖେମୁଣ୍ଡି:୨୬/୧୧(ଗରୁଡ ଧ୍ଵଜ ଚୌଧୁରୀ) ପାରଳାଖେମୁଣ୍ଡି ଠାରେ ଶ୍ରୀଜଗନ୍ନାଥଙ୍କ ନୂତନ ମନ୍ଦିରର ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି. ଏହି ନିର୍ମାଣ କାର୍ଯ୍ୟରେ ଅନେକ ଭକ୍ତ ନିଜ ନିଜକୁ ବିଭିନ୍ନ ଭାବେ ସାମିଲ ହୋଇ ସହଯୋଗର ହାତ ବଢ଼ାଇ ଚାଲିଛନ୍ତି. ପାରଳାଖେମୁଣ୍ଡି ସହରର କାମାକ୍ଷୀ ନଗର 2ୟ ଲେନର ଭାସ୍କର ସାହୁ ଓ ତାଙ୍କ ଧର୍ମପତ୍ନୀ ଶାନ୍ତିଲତା ସାହୁ ଶ୍ରୀଜଗନ୍ନାଥ ମନ୍ଦିର ନିର୍ମାଣ ପାଇଁ 2 ଲକ୍ଷ ଟଙ୍କାର ଅର୍ଥରାଶି ପ୍ରଦାନ କରି ମନ୍ଦିର ନିର୍ମାଣରେ ନିଜକୁ ସାମିଲ କରି ସହଭାଗୀ ହୋଇପାରିଛନ୍ତି. ସେହିପରି ପାରଳାଖେମୁଣ୍ଡି ସହରର କବିଚନ୍ଦ୍ର ସାହିର ଭକ୍ତ ଆନନ୍ଦ ପଲେଇ 10 ହଜାର ଟଙ୍କା ପ୍ରଦାନ କରି ମନ୍ଦିର ନିର୍ମାଣରେ ସହାଭାଗୀ ହୋଇଛନ୍ତି. ପାରଳା ଜଗନ୍ନାଥ ମନ୍ଦିର ନିର୍ମାଣ କମିଟିର ସଭ୍ୟ ତଥା ଶ୍ରୀଜଗନ୍ନାଥଙ୍କ ଭକ୍ତ ଦୁର୍ଗା ମାଧବ ପାଣିଗ୍ରାହୀଙ୍କ ସମେତ ମନ୍ଦିର ନିର୍ମାଣ କମିଟିର ସମସ୍ତ ସଦସ୍ୟ ମନ୍ଦିର ନିର୍ମାଣରେ ସାମିଲ ହୋଇ ସହାଭାଗୀ ହୋଇଥିବା ଏହି 2 ଜଣଙ୍କୁ ସାଧୁବାଦ ଜଣାଇଛନ୍ତି.

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories