Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜୁନ୍‌ ୧‌ରୁ ଔଷଧ ରପ୍ତାନୀ ନେଇ ନୂଆ ନିୟମ; ବିନା ଟେଷ୍ଟରେ ବିଦେଶ ପଠାଇହେବନି କଫ୍ ସିରପ

ନୂଆଦିଲ୍ଲୀ: ଗତ କିଛି ମାସ ମଧ୍ୟରେ ଭାରତୀୟ କଫ୍‌ ସିରପକୁ ନେଇ ଚାରିଆଡେ ଚର୍ଚ୍ଚା। ଏହାର ବିପଦ ଆଶଙ୍କାକୁ ନେଇ ଅନେକ ପ୍ରଶ୍ନ ମଧ୍ୟ ଉଠିଛି। ଗାମ୍ବିଆର ୬୦ ରୁ ଅଧିକ ପିଲା କଫ୍‌ ସିରପ ପିଇ ମୃତ୍ୟୁ ବରଣ କରିବା ପରେ ଭାରତୀୟ କଫ୍‌ ସିରପ୍‌କୁ ନେଇ ପ୍ରଶ୍ନ ଉଠିଥିଲା। ଏହା ପରେ ଭାରତରେ ପ୍ରସ୍ତୁତ କଫ୍‌ ସିରପ ଏଥିପାଇଁ ଦାୟୀ ବୋଲି କୁହାଯାଇଥିଲା। ତେବେ ତଦନ୍ତରେ ସେଭଳି କୌଣସି ପ୍ରମାଣ ମିଳି ନଥିବା ସୂଚନା ମିଳିଥିଲା।

ଏହା ବ୍ୟତୀତ WHO ଅନ୍ୟ ଏକ ଭାରତୀୟ କଫ୍‌ ସିରପକୁ ନେଇ ସତର୍କ ସୂଚନା ଜାରି କରିଥିଲା। ଏଭଳି ମାମଲାକୁ ଦୃଷ୍ଟିରେ ରଖି ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି, ଯେଉଁଥିରେ କୌଣସି କମ୍ପାନୀର ଔଷଧ ଏବଂ ବିଶେଷ କରି କଫ୍‌ ସିରପ ବିଦେଶ ପଠାଇବା ପୂର୍ବରୁ ସରକାରୀ ଲାବୋରେଟୋରୀରେ ପରୀକ୍ଷା କରାଯିବ।

ବୈଦେଶିକ ବାଣିଜ୍ୟ ନିର୍ଦ୍ଦେଶାଳୟ (ଡିଜିଏଫଟି) ଏକ ବିଜ୍ଞପ୍ତିରେ କହିଛି ଯେ ଲାବୋରେଟୋରୀରେ ବିଦେଶକୁ ରପ୍ତାନି ହୋଇଥିବା ଦ୍ରବ୍ୟର ନମୁନା ପରୀକ୍ଷା କରାଯିବା ପରେ କଫ୍‌ ସିରପକୁ ରପ୍ତାନି କରିବାକୁ ଅନୁମତି ଦିଆଯିବ। ଏହି ନୂତନ ନିୟମ ଜୁନ୍ ୧ ରୁ ଲାଗୁ ହେବ। ଏହି ସମ୍ବନ୍ଧରେ ସମସ୍ତ ଫାର୍ମାସ୍ୟୁଟିକାଲ୍ କମ୍ପାନୀଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ