Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସାମ୍ନାକୁ ଆସିଲା ନୂଆ ସଂସଦ ଭବନର ଉଦଘାଟନ ପାଇଁ ନିମନ୍ତ୍ରଣ ପତ୍ର; ୨୮ରେ ଉଦ୍‌ଘାଟନ

ନୂଆଦିଲ୍ଲୀ: ଆସନ୍ତା ୨୮ ତାରିଖ ମଧ୍ୟାହ୍ନ ୧୨ ଟାରେ ଉଦ୍‌ଘାଟନ ହେବ ନୂତନ ଭାବେ ନିର୍ମିତ ସଂସଦ ଭବନ। ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦୀ। ନୂତନ ସଂସଦ ଗୃହ ନିର୍ମାଣରେ ପ୍ରାୟ ୧୨୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ତେବେ ଏହାରି ଭିତରେ ଉଦଘାଟନର ନିମନ୍ତ୍ରଣ କାର୍ଡ ସାମ୍ନାକୁ ଆସିଛି।

କାର୍ଡରେ ଲେଖାଯାଇଛି ଯେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ନବନିର୍ମାଣ ସଂସଦର ଭବନର ଉଦଘାଟନ ହେବ। କାର୍ଡରେ ନୂଆ ସଂସଦ ଭବନର ଫଟୋଚିତ୍ର ମଧ୍ୟ ଉଲ୍ଲେଖ ରହିଛି । ସମସ୍ତ ଅତିଥିଙ୍କୁ ସାଦର ନିମନ୍ତ୍ରଣ ସହ କୁହାଯାଇଛି ଯେ ସେମାନେ ୧୧.୩୦ ସୁଦ୍ଧା କାର୍ଯ୍ୟକ୍ରମସ୍ଥଳରେ ପହଞ୍ଚିବେ । ନିମନ୍ତ୍ରଣ ପତ୍ରଟି କାର୍ଡ ଉଭୟ ଇଂରାଜୀ ଏବଂ ହିନ୍ଦୀରେ ଛପାଯାଇଛି।

ନୂଆ ଭବନରେ ଅନେକ ପ୍ରକାରର ଅତ୍ୟାଧୁନିକ ସୁବିଧା ଉପଲବ୍ଧ ରହିଛି । ଏହି ଭବନରେ ୧୨୨୪ ସାଂସଦଙ୍କ ବସିବା ପାଇଁ ବ୍ୟବସ୍ଥା କରାଯାଇଛି ।

ନୂତନ ସଂସଦ ଭବନର ଉଦଘାଟନକୁ ନେଇ ବିଜେପି ଏବଂ ବିରୋଧୀ ଦଳ ମୁହାଁମୁହିଁ ହୋଇଛନ୍ତି। ବିରୋଧୀ ଦଳ ଦାବି କରିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ବଦଳରେ ରାଷ୍ଟ୍ରପତି ନୂତନ ସଂସଦ ଗୃହର ଉଦଘାଟନ କରନ୍ତୁ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ