Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନୂଆ ସଂସଦ ଭବନ ଉଦ୍‌ଘାଟନ ବିବାଦ; ସୁପ୍ରିମକୋର୍ଟରେ ଦାୟର ହେଲା ଜନସ୍ବାର୍ଥ ମାମଲା

ନୂଆଦିଲ୍ଲୀ: ତେଜୁଛି ନୂଆ ସଂସଦ ଭବନ ଉଦ୍‌ଘାଟନ ବିବାଦ। ଏବେ ସୁପ୍ରିମକୋର୍ଟରେ ପହଞ୍ଚିଲାଣି ନୂଆ ସଂସଦ ଭବନ ଉଦ୍‌ଘାଟନ ମାମଲା। ବିରୋଧୀ ଦଳଙ୍କ କହିବା ଅନୁଯାୟୀ ସଂସଦ ଭବନର ଉଦ୍‌ଘାଟନ ପ୍ରଧାନମନ୍ତ୍ରୀ ନକରି ରାଷ୍ଟ୍ରପତିଙ୍କ ଦ୍ୱାରା ହେବା ଉଚିତ। ଏବେ ରାଷ୍ଟ୍ରପତି ନୂତନ ସଂସଦ ଭବନକୁ ଉଦଘାଟନ କରିବା ନେଇ ସୁପ୍ରିମକୋର୍ଟରେ ଏକ ଜନସ୍ବାର୍ଥ ମାମଲା ଦାୟର କରାଯାଇଛି। ଏଥିରେ କୁହାଯାଇଛି ଯେ ରାଷ୍ଟ୍ରପତି ସଂସଦର ଏକ ଗୁରୁତ୍ବପୂର୍ଣ୍ଣ ଅଂଶ। ସଂସଦ ଭବନ ଉତ୍ସବ ଉଦଘାଟନ ପାଇଁ ରାଷ୍ଟ୍ରପତିଙ୍କୁ ନିମନ୍ତ୍ରଣ ନକରିବା ସମ୍ବିଧାନର ଉଲ୍ଲଙ୍ଘନ ବୋଲି ଆବେଦନକାରୀ ଦର୍ଶାଇଛନ୍ତି ।

ମେ ୨୮ ରେ ଦେଶର ନୂତନ ସଂସଦ ଭବନକୁ ପ୍ରଧାନମନ୍ତ୍ରୀ ମୋଦୀ ଉଦ୍‌ଘାଟନ କରିବେ। ବିରୋଧୀ ଦଳ ଏହାକୁ ବିରୋଧ କରୁଛନ୍ତି। ସେମାନେ କହୁଛନ୍ତି ଯେ କେବଳ ଦେଶର ରାଷ୍ଟ୍ରପତି ସଂସଦର ଉଦଘାଟନ କରିବା ଉଚିତ ଏବଂ ଯଦି ଏହା ନହୁଏ ତେବେ ମୋଟ ୧୯ ବିରୋଧୀ ଦଳ ଉଦ୍‌ଘାଟନ କାର୍ଯ୍ୟକ୍ରମରେ ଯୋଗ ଦେବେ ନାହିଁ। ଗୁରୁବାର ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ନେତା ଜୟରାମ ରମେଶ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଏ ପ୍ରସଙ୍ଗରେ ସମାଲୋଚନା କରିଥିବା ଦେଖିବାକୁ ମିଳିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ